ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ବହୁତ ଅଭିଜ୍ଞତା ରହିଛି। ଏହି କୌଶଳ ଏବେ ଅନ୍ୟ ରାଜ୍ୟକୁ ଶିଖାଇବ ଓଡିଶା। ଏ ନେଇ ଭୁବନେଶ୍ବରରେ ଆରମ୍ଭ ହୋଇଛି ତାଲିମ ଶିବିର । ଏହି ତାଲିମ ଶିବିରରେ ୯ ଟି ରାଜ୍ୟ ଓ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ବୈଠକରେ ବାତ୍ୟା କିମ୍ବା ବନ୍ୟା ପୂର୍ବ ପ୍ରସ୍ତୁତି ଓ ପୁନଃରୁଦ୍ଧାର ଉପରେ ଆଲୋଚନା ହେଉଛି ।ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ରୋଲ୍ ମଡେଲ ସାଜିଛି।
ଆଜିଠୁ ୩ ଦିନ ପର୍ଯ୍ୟନ୍ତ ଗୋପବନ୍ଧୁ ଏକାଡେମୀ କର୍ମଶାଳାରେ ଏହା ଆୟୋଜନ ହେଉଛି । ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ବାଛିଛନ୍ତି ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଓ ୪ କେନ୍ଦ୍ର ଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଏହି ତାଲିମ ଶିବିରରେ ଯୋଗ ଦେଇଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
