News portal website
before header
[URIS id=5393]

ଆମେରିକା ହସ୍ତାନ୍ତର କରିଥିବା ୧୫୭ ଉପହାର ଧରି ସ୍ବଦେଶ ବାହୁଡିଲେ ପିଏମ୍ ମୋଦୀ

0 225

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧

ଆମେରିକା ଗସ୍ତ ସାରି ସ୍ବଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଙ୍ଗରେ ନେଇ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ହସ୍ତାନ୍ତର କରିଥିବା ୧୫୭ଟି ପ୍ରାଚୀନ ହସ୍ତଶିଳ୍ପ ସାମଗ୍ରୀ ।ମୋଦିଙ୍କୁ ମିଳିଥିବା ଉପହାର ସମୂହ ୧୫୭ ଟି କଳାକୃତି ଏବଂ ପୂରାତନ ମୂର୍ତ୍ତି ଧରି ଆସୁଛନ୍ତି । ଏହି କଳାକୃତି ଗୁଡ଼ିକୁ ଆମେରିକା ପିଏମ୍ ମୋଦୀଙ୍କୁ  ଉପହାର ସ୍ୱରୁପ ଭେଟି ଦେଇଛି। ଏହି ଉପହାର ଗୁଡ଼ିକ ହେଉଛି ଚୋରି, ବେଆଇନ ବାଣିଜ୍ୟ ଏବଂ ସାଂସ୍କୃତିକ ସାମଗ୍ରୀଗୁଡ଼ିକର ଚୋରା ଚାଲାଣ ବିରୋଧରେ ସଂଗ୍ରାମ ସୁଦୃଢ଼ କରିବେ ବୋଲି ଉଭୟ ନେତା କରିଥିବା ପ୍ରତିବଦ୍ଧତାର ସୁଫଳ। ଏହି ପ୍ରାଚୀନ ସାମଗ୍ରୀଗୁଡ଼ିକୁ ଭାରତକୁ ‌ଫେରାଇ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାକୁ କୃତଜ୍ଞତା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ସାଙ୍ଗରେ ନେଇ ଆସୁଥିବା ୧୫୭ଟି ହସ୍ତଶିଳ୍ପ ସାମଗ୍ରୀ ମଧ୍ୟରେ ରହିଛି ୧୦ମ ଶତାବ୍ଦୀର ୧.୫ ମିଟର୍‌ବିଶିଷ୍ଟ ବାଲିଆ ବା କନ୍ଦା ପଥର ପଟରେ ଖୋଦିତ ରେବାନ୍ତ କଳାକୃତି, ୧୧ଶ ଓ ୧୪ଶ ଶତାବ୍ଦୀରେ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ। ଦ୍ବାଦଶ ଶତାବ୍ଦୀର ୮.୫ ସେଣ୍ଟିମିଟର୍‌ ଉଚ୍ଚତାବିଶିଷ୍ଟ ଗୋଟାଏ କାଂସ୍ୟ ନିର୍ମିତ ଚମତ୍କାର ନଟରାଜ ମୂର୍ତ୍ତି ମଧ୍ୟ ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଖ୍ରୀଷ୍ଟପୂର୍ବ ୨୦୦୦ର ମାନବୀୟ ବୈଶିଷ୍ଟ୍ୟ ଥିବା ତମ୍ବାର ପ୍ରାଚୀନ ସାମଗ୍ରୀ ଏବଂ ୨ୟ ଶତାବ୍ଦୀରେ ନିର୍ମିତ ପୋଡ଼ାମାଟିର ଫୁଲଦାନି ମଧ୍ୟ ରହିଛି। ୧୫୭ଟି ପ୍ରାଚୀନ ସାମଗ୍ରୀରୁ ୭୧ଟି ସାଂସ୍କୃତିକ, ୬୦ଟି ହିନ୍ଦୁ, ୧୬ଟି ବୌଦ୍ଧ ଏବଂ ୯ଟି ଜୈନ ଧର୍ମ ଆଧାରିତ କଳାକୃତି। ଏହି ପ୍ରାଚୀନ କଳାକୃତି ସବୁ ତାମିଲନାଡୁ, ମଧ୍ୟପ୍ରଦେଶ, ଜମ୍ମୁ ଓ କଶ୍ମୀର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ବିହାର ଆଦି ରାଜ୍ୟରୁ ଚୋରି ହୋଇ ବିଦେଶକୁ ଚାଲାଣ କରାଯାଇଥିଲା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ସେହିପରି ଭାରତୀୟ ମୂଳର ଉପରାଷ୍ଟ୍ରପତି କମଲା ହାରିସଙ୍କ ସହିତ ମଧ୍ୟ ଆଲୋଚନା କରି ଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କ୍ୱାର୍ଡ ସମ୍ମିଳନୀକୁ ମଧ୍ୟ ସଂବୋଧନ କରିଥିଲେ । ସେ ଅଷ୍ଟ୍ରେଲିଆ ଓ ଜାପାନ ସମକକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିଥିଲେ । ତାଲିବାନ ସାଙ୍ଗକୁ ଚୀନ ବିପକ୍ଷରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.