News portal website
before header
[URIS id=5393]

ଜନ୍ମମାଟିରେ ପହଞ୍ଚିଲା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ମର ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

0 219

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧

ସୀତାରାମଙ୍କୁ ଝୁରୁଛି ଜନ୍ମମାଟି। ଉଦ୍ଧାର କାର୍ଯ୍ୟରେ ସେ ଧୁରନ୍ଧର ଥିଲେ। ଅନେକ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରୁଥିବା ଲୋକଟି ଏମିତି ଏକ ଅପରେସନ୍‌ ବେଳେ ଜୀବନ ଚାଲିଯିବାକୁ କେହି ବି କଳ୍ପନା କରିପାରୁ ନାହାନ୍ତି। ଆଜି ଜନ୍ମମାଟିରେ ପହଞ୍ଚିଛି ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର । ପୈତୃକ ଗାଁ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରି ସାହି ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି। ଏହି ବୀର ଯବାନଙ୍କର ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ କରାଯିବ । ଗତକାଲି ମହାନଦୀର ମୁଣ୍ଡଳୀ ବ୍ୟାରେଜ୍‌ରେ ହାତୀ ଉଦ୍ଧାର ବେଳେ ବୋଟ୍‌ ଓଲଟି ପ୍ରାଣ ହରାଇଥିବା ଓଡ୍ରାଫ ଟିମ୍‌ର ବୋଟ୍‌ ଡ୍ରାଇଭର ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଡକେଇପାଳ ଗାଁ ମୁକ୍ତାଝରି ସାହିର ସୀତାରାମ ମୁର୍ମୁ। ଚାକିରି କାଳରେ ୫ ଶହରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ସମୟରେ ସୁରକ୍ଷିତ ଭାବେ ଉଦ୍ଧାର କରି ପ୍ରଶଂସିତ ହୋଇଥିବା ବ୍ୟକ୍ତି ଆଜି ଆରପାରିରେ ।

ସିତାରାମଙ୍କ ପରିବାରରେ ବୃଦ୍ଧବାପା, ତିନିଭାଇ ଓ ଜଣେ ଭଉଣୀ ଅଛନ୍ତି । ସେ ନିକଟସ୍ଥ ହାଣ୍ଡିଫୁଟା ଗ୍ରାମ ମହାଦେବ ଚନ୍ଦ୍ରଶେଖର ହାଇସ୍କୁଲ(MCS)ରୁ ମ୍ୟାଟ୍ରିକ ପାସ କରିବା ପରେ ୨୦୦୧ ମସିହାରେ ପୋଲିସ ଚାକିରି ଆରମ୍ଭ କରିଥିଲେ । ତାଙ୍କର ୧୨ ବର୍ଷର ଗୋଟିଏ ପୁଅ ଏବଂ ୪ ବର୍ଷର ଝିଅଟିଏ ଅଛି ।ପରିବାର ସହ ସେ କଟକରେ ରହୁଥିଲେ ।

ସୀତାରାମ ଷଷ୍ଠ ବାଟାଲିୟନରେ ଥିବାବେଳେ ଓଡ୍ରାଫ ଟିମରେ ସାମିଲ ହୋଇଥିଲେ ପିଲାଟି ବେଳୁ ସେ ନଦୀପାର ହୋଇ ସ୍କୁଲ ଯାଉଥିଲେ ଏବଂ ଚାକିରି କରିବା ପରେ ପାଣି ଭିତରୁ ଅନେକ ଲୋକଙ୍କୁ ଉଦ୍ଧାର କରି ପ୍ରଶଂସିତ ହୋଇଥିଲେ। ଡ୍ୟୁଟି ବେଳେ ପ୍ରାଣ ହରାଇଥିବା ସୀତାରାମଙ୍କ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.