News portal website
before header
[URIS id=5393]

ଓଡ଼ିଶାରେ ଜାତୀୟ ଚେସ ଏକାଡେମୀ ପାଇଁ ନିଷ୍ପତ୍ତି;ଟିମରେ ଫିଡେ ଆର୍ବିଟର ରଞ୍ଜନ ମହାନ୍ତି ସାମିଲ।

0 531

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୫-୨୦୨୧

ଓଡିଶା କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ହେବାକୁ ଯାଉଛି, ବିଶେଷ କରି ଦିମାଗର ଗେମ “ଚେସ” ଓପରେ ରାଜ୍ଯ ସରକାର ପ୍ରାଧାନ୍ଯ ଦେବାକୁ ଯାଉଛନ୍ତି । ଗ୍ରାଣ୍ଡମାଷ୍ଟର ପ୍ରବୀଣ ଥିପେସୀଙ୍କ ଅଧ୍ଯକ୍ଷତାରେ ଏକ ସାତ ଜଣିଆ ଯୋଜନା ଓ ସମନ୍ବୟ କମିଟି ଗଠନ ହୋଇଛି ।କମିଟିରେ ଏଆଇସିଏଫ ସଭାପତି ସଞ୍ଜୟ କପୁର, ସମ୍ପାଦକ ଭରତ ସିଂ ଚୌହାନ,ଏଆଇସିଓ ସଭାପତି ତଥା ଏଆଇସିଏଫ ନବନିର୍ବାଚିତ ଯୁଗ ସମ୍ପାଦକ ରଞ୍ଜନ ମହାନ୍ତି, କିଟ ଓ କିସ କ୍ରୀଡା ନିର୍ଦେଶକ ଡ.ଗଗନେନ୍ଦୁ ଦାସ ଏବଂ ତେଲେଙ୍ଗାନା ଚେସ ସଂଘ ସଭାପତି କେ ଏସ ପ୍ରସାଦ ରହିଛନ୍ତି। କନ୍ଧମାଳ ସାଂସଦ ଡ. ଅଚ୍ଯୁନ୍ତ ସାମନ୍ତଙ୍କ ଅନୁଷ୍ଠାନ କିଟରେ ଜାତୀୟ ଚେସ ଏକାଡେମୀ ଗଢିଉଠିବ।ଏ ନେଇ ରାଜ୍ଯ ସରକାରଙ୍କ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ମଧ୍ଯ ହେବ।

ନିକଟ ଅତୀତରେ ରାଜସ୍ଥାନ ଯାଇ ଏହି କମିଟି ଆଲୋଚନା କରି ଆସିଛନ୍ତି। ରାଜସ୍ଥାନରେ ମୋରଡ଼ା ଠାରେ ଆଲୋଚନା ଶେଷ ହୋଇଥିବା ଜଣାପଡିଛି। ଗତକାଲି ଓଡିଶା ପ୍ରତ୍ଯାବର୍ତ୍ତନ କରିଛି ଏ ଦଳ।

ଜିଲ୍ଲା କମିଟି ପ୍ରତିନିଧି ବିମାନବନ୍ଦରରେ ଭବ୍ୟ ସ୍ବାଗତ କରିବା ପରେ କିଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାର କରିଥିଲେ ଏହି ଟିମର ସଦସ୍ଯ।ଏହା ସହ ରାଜ୍ଯ ସରକାର ଏବଂ ରାଜ୍ଯ ସରକାରଙ୍କ କ୍ରୀଡା ସଚିବ ଭିନାଲ କ୍ରୀର୍ଷ୍ଣାଙ୍କୁ ଧନ୍ଯବାଦ ଜଣାଇଛନ୍ତି।ଏହି ପ୍ରକଳ୍ପରେ ଚେସ ରେ ଫିଡେ ଆର୍ବିଟର ଟାଇଟଲ ଜିଣିଥିବା ରଞ୍ଜନ ମହାନ୍ତିଙ୍କୁ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ କରିଥିବା ଜଣାପଡିଛି।

Leave A Reply

Your email address will not be published.