News portal website
before header
[URIS id=5393]

ଆଇପିଏଲ ରେ କରୋନା କଣ୍ଟା!

0 219

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୦୩-୦୫-୨୦୨୧

ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର। କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ସୋମବାର କେକେଆର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ସ୍ଥଗିତ ରଖା ଯାଇଛି।

ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗ୍ସର ତିନି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏହା ପରେ ଆଇପିଏଲ୍‌ର ବାୟୋ ବବଲକୁ ନେଇ ପ୍ରଶ୍ନ ଉଠିଛି।ଦେଶରେ ବଢୁଥିବା କରୋନା ସଂକ୍ରମଣ ପରେ ମଧ୍ୟ ଆଇପିଏଲ୍ ବାତିଲ୍ ହୋଇନାହିଁ। ଅନେକ ଲୋକ ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଦାବି କରି ସାରିଛନ୍ତି। କିନ୍ତୁ ଟି-୨୦ ଲିଗ୍‌ ବାତିଲ୍ କରିବା ପୂର୍ବରୁ ଏହାର ଇକୋନୋମିକୁ ପ୍ରଥମେ ବୁଝିବାକୁ ପଡିବ।

ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଓ୍ଵାର୍ଲ୍ଡ କ୍ରିକେଟ୍‌ର କାରବାର ପ୍ରାୟ ୧୫ ହଜାର କୋଟି ଟଙ୍କା। ଏଥିରୁ ୩୩ ପ୍ରତିଶତ ଆଇପିଏଲ୍‌ରୁ ହିଁ ଆସିଥାଏ। ଅର୍ଥାତ କେବଳ ଆଇପିଏଲ୍‌ରୁ ବିଶ୍ଵ କ୍ରିକେଟ୍‌କୁ ୫ ହଜାର କୋଟି ଟଙ୍କା ମିଳିଥାଏ। ଏହି କାରଣରୁ ବିସିସିଆଇକୁ ଟି-୨୦ ଲିଗ୍‌ ଆୟୋଜନରେ ଦୁନିଆର ଅନ୍ୟ କ୍ରିକେଟ୍ ବୋର୍ଡର ସହଯୋଗ ମିଳୁଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ଭେଲ୍ୟୁ ୪୭ ହଜାର କୋଟି ଟଙ୍କା୨୦୧୯ ଆଇପିଏଲ୍‌ର ଭେଲ୍ୟୁ ପ୍ରାୟ ୪୭ ହଜାର କୋଟି ଟଙ୍କା ରହିଥିଲା। ଚଳିତ ବର୍ଷ ବିସିସିଆଇକୁ ଗତ ବର୍ଷ ତୂଳନାରେ ଅଧିକ ୩ ହଜାର କୋଟି ଟଙ୍କା ରାଜସ୍ଵ ମିଳିବାର ଆଶା ରହିଛି। ବୋର୍ଡ ପକ୍ଷରୁ ଚଳିତ ବର୍ଷ ପ୍ରାୟ ୨ ହଜାରରୁ ଅଧିକ ଘରୋଇ ମୁକାବିଲା ଆୟୋଜନ ହୋଇଛି। ଏହି ମ୍ୟାଚ୍‌ରେ ଜଡିତ ଖେଳାଳି, କୋଚ୍, ଷ୍ଟାଫ ଏବଂ କର୍ମଚାରୀଙ୍କୁ ଟଙ୍କା ଦିଆଯିବ। ଯଦି ଆଇପିଏଲ୍ ବାତିଲ୍ ହୁଏ ତେବେ ବୋର୍ଡର ଆୟରେ ଉପରେ ଏହାର ଗୁରୁତର ପ୍ରଭାବ ପଡିବ।

କୋଭିଡ୍-୧୯ ମଧ୍ୟରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ମନା କରି ଦେଇଥିଲେ। ମାତ୍ର ଆଇପିଏଲ୍‌ ଆୟୋଜନରେ ଭାରତକୁ ସମର୍ଥନ କରିଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆ ଭାରତ ସମର୍ଥନରେ ନିଜର ବୟାନ ମଧ୍ୟ ଜାରି କରିଥିଲା। କେବଳ ଏତିକି ନୁହେଁ ଇଂଲଣ୍ଡ ବୋର୍ଡ ଟେଷ୍ଟ କ୍ରିକେଟ୍ ପରିବର୍ତ୍ତେ ନିଜ ଖେଳାଳିଙ୍କୁ ଆଇପିଏଲ୍ ଖେଳିବା ନେଇ ମଧ୍ୟ ଅନୁମତି ଦେଇଥିଲା।

ଆଇପିଏଲ୍ ପରେ ଭାରତ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଦୁଇ ଦେଶ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଗୁରୁତ୍ଵପୂର୍ଣ୍ଣ ଟେଷ୍ଟ ସିରିଜ୍ ଖେଳାଯିବ। ଏହା ଇଂଲଣ୍ଡ ବୋର୍ଡ ପାଇଁ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ସିରିଜ୍। କାରଣ ଲକ୍‌ଡାଉନ୍‌ କାରଣରୁ ଇଂଲଣ୍ଡ ବୋର୍ଡର ବହୁତ କ୍ଷତି ଘଟିଛି।କ୍ରିକେଟ୍ ଅଷ୍ଟ୍ରେଲିଆକୁ ମିଳିଥିଲା ୨ ହଜାର କୋଟିଗତ ବର୍ଷ ଶେଷ ଆଡକକୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଥିଲା।

କୋଭିଡ୍-୧୯ ସମୟରେ କଡା ପ୍ରଟୋକୋଲ ମଧ୍ୟରେ ବି ଭାରତୀୟ ଦଳ ଗସ୍ତ ସଂପୂର୍ଣ୍ଣ କରିଥିଲା। ଏହି ଗସ୍ତରେ ଖେଳାଯାଇଥିବା ସିରିଜ୍‌ର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ଥିଲା। ଫେବୃଆରୀ ମାସରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ଗସ୍ତ ରଦ୍ଦ ହୋଇଥିଲା। କାରଣ ସେହି ସମୟରେ ସେଠାରେ ଦୈନିକ ୪୫୦ରୁ ଅଧିକ ଲୋକଙ୍କ କରୋନାରେ ପ୍ରାଣହାନୀ ଘଟୁଥିଲା। କିନ୍ତୁ ଭାରତରେ ଏବେ ପ୍ରତିଦିନ ୩ ହଜାରରୁ ଅଧିକ ଲୋକେ କରୋନାରେ ମୃତ୍ୟୁ ଘଟୁଛି। ତଥାପି ବିଦେଶୀ ଖେଳାଳି ଆଇପିଏଲ୍ ଖେଳୁଛନ୍ତି। କାରଣ ଆଇପିଏଲ୍ ଖେଳିବାକୁ ସେମାନଙ୍କର କୌଣସି ଆପତ୍ତି ନାହିଁ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ବିଦେଶୀ ଖେଳାଳିଙ୍କ ମଧ୍ୟ କୌଣସି ଅଭିଯୋଗ ନାହିଁସିଏସକେର ସିଇଓ କାଶୀ ବିଶ୍ଵନାଥମ କହିଛନ୍ତି, ଆମ ବିଦେଶୀ ଖେଳାଳି ମଧ୍ୟ ସନ୍ତୁଷ୍ଟ ଅଛନ୍ତି। କାହାରିଠୁ କିଛି ଅଭିଯୋଗ ଆସିନାହିଁ। ଆମକୁ ବିଶ୍ଵାସ ଯେ, କୌଣସି ବି ଖେଳାଳି ଟୁର୍ଣ୍ଣାମେଣ୍ଟକୁ ଅଧାରେ ଛାଡି ଯିବେ ନାହିଁ। କିନ୍ତୁ ଅଷ୍ଟ୍ରେଲିଆର ତିନି ଖେଳାଳି ଆଇପିଏଲ୍‌ ଅଧାରେ ସ୍ଵଦେଶ ଫେରି ଯାଇଛନ୍ତି। ଏହି ସବୁ ମଧ୍ୟରେ ଖେଳାଳିଙ୍କ ବ୍ୟତୀତ ଫ୍ରାଞ୍ଚାଇଜି ମଧ୍ୟ କୋଭିଡ୍-୧୯ରେ ଯଥା ସମ୍ଭବ ସହଯୋଗ କରୁଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.