News portal website
before header
[URIS id=5393]

କୈବଲ୍ୟ ସାହିତ୍ୟ ସଂସଦର ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା।

0 332

କଟକ/ଅଷ୍ଟିନ ନ୍ୟୁଜ


କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହେଇଯାଇଛି।ଆଧୁନିକ ଲୋକ ସାହିତ୍ୟ ପର୍ବ, ମକର ବନ୍ଧୁ ମିଳନ ଦୃଷ୍ଟି ବାଧିତ ଓ ଶ୍ରବଣବାଧିତ ବିଦ୍ୟାଳୟ, ସେକ୍ଟର ୧୦ ସିଡିଏ, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ।ରାଜ୍ୟସ୍ତରୀୟ କବିତା ପାଠ ଓ ଆଲୋଚନାଚକ୍ର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା।ପ୍ରାରମ୍ଭରେ ଶିଳ୍ପୀମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା।

ଧବଳେଶ୍ବର ସାରସ୍ୱତ ଆଶ୍ରମର ଅଧ୍ୟକ୍ଷ ଶ୍ରୀ ମାନସ ଚୈତନ୍ୟ ମହାରାଜ ସଭାକୁ ଉଦଘାଟନ କରିଥିବା ବେଳେ,ଦାନ କର୍ମ ଜ୍ଞାନର ଅଭାବ ପୁରାଣ ହୋଇ ପାରିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ ସତ୍ ଦାନ ସତ୍ କର୍ମ ସତ୍ ଜ୍ଞାନ ଅହୋରଣ ସମତୁଲ ସମାଜ ଗଠନରେ ସହାୟକ ହେବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡଃ ଦିପାୟନ ପଟ୍ଟନାୟକ,ବିଶ୍ୱଜିତ୍ ସୂର୍ଯ୍ୟବଂଶୀ,ଲଳିତେନ୍ଦୁ ପଲାଉରୀ,ସାଗରିକା ଜେନା,ଭଗବତୀ ଖଟୁଆ,ସୁବ୍ରତ ମହାନ୍ତି ଯୋଗଦେଇ ସତ୍ ଦାନ ସତ୍ କର୍ମ ସତ୍ ଜ୍ଞାନର ଆଧୁନିକ ଲୋକ ସାହିତ୍ୟରେ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।


କର୍ମଶାଳାରେ ଶହେ ପଚାଶ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ କୈବଲ୍ୟ ପ୍ରତିଭା ଜ୍ୟୋତି ପୁରସ୍କାର ପ୍ରଦାନ କରାଯାଇଥିଲା।କବି କବୟିତ୍ରୀ ମାନେ ଦାନ କର୍ମ ଜ୍ଞାନ ସମ୍ପର୍କରେ କବିତା ପାଠ କରିଥିଲେ।ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । କବୟିତ୍ରୀ ଗୋଲାପ ସାହୁ,ଅଶୋକ କୁମାର ବାରିକ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ଗାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା।ଛାତ୍ରଛାତ୍ରୀମାନେ କେକ କାଟି ଆଧୁନିକ ଲୋକ ସାହିତ୍ୟର ପର୍ବକୁ ପାଳନ କରିଥିଲେ।କବି ସୁଭବ୍ରତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।କବୟିତ୍ରୀ ଇତିଶ୍ରୀ ପତି, ଉତ୍କଳିନି ରାଉତ, ସସ୍ମିତା ପଟ୍ଟନାୟକ, ଅପରାଜିତା ପରିଡ଼ା, ସୁରଭି ଦ୍ବିବେଦୀ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ରହି ସହଯୋଗ କରିଥିଲେ ।କବି ଆଶୁତୋଷ ଦେବପ୍ରସାଦ ରାଉତ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.