News portal website
before header
[URIS id=5393]

ସିଙ୍ଗାପୁର ଓପନ ଜିତି ଇତିହାସ ରଚିଲେ ପିଭି ସିନ୍ଧୁ

0 244

ଇତିହାସ ରଚିଲେ ପିଭି ସିନ୍ଧୁ। ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଜିତି ସେ ଇତିହାସ ରଚିଛନ୍ତି । ଦୁଇ ଦୁଇ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଫାଇନାଲରେ ଚୀନ୍‌ର ଷ୍ଟାର୍‌ ଖେଳାଳି ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ହରାଇଛନ୍ତି। ତିନି ସେଟ୍ ଧରି ଚାଲିଥିବା ମ୍ୟାଚରେ ସିନ୍ଧୁ ପ୍ରଥମେ ବିଜୟରୁ ଯାତ୍ରା ଆରମ୍ଭ କରିଥିଲେ। ସେ ପ୍ରଥମ ସେଟରେ ଚାଇନାର ଖେଳାଳି ୱାଙ୍ଗଙ୍କୁ ୨୧-୯ ରେ ପରାସ୍ତ କରିଥିଲେ। ୱାଙ୍ଗ ତା’ପରେ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ସେଟ୍ ୨୧-୧୧ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ତୃତୀୟ ସେଟ୍ ର ପ୍ରାରମ୍ଭିକ ପର୍ଯ୍ୟାୟରେ ୮-୧୦ ପଏଣ୍ଟ ପର୍ଯ୍ୟନ୍ତ, ଦୁଇ ଖେଳାଳିଙ୍କ ମଧ୍ୟରେ ସମାନ ଲଢ଼େଇ ଚାଲିଥିଲା। କିନ୍ତୁ ତୃତୀୟ ସେଟକୁ ୨୧-୧୫ ବ୍ୟବଧାନରେ ଜିତି ଟାଇଟଲ ହାତେଇ ନେଇଛନ୍ତି।

Leave A Reply

Your email address will not be published.