News portal website
before header
[URIS id=5393]

ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

0 184

ପ୍ରଥମଥର ପାଇଁ ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା। ଏହି ଇଭେଣ୍ଟର ପ୍ରଥମ ଉଦ୍ୟମରେ ହିଁ ନୀରଜ ୮୮.୩୯ ମିଟର ଦୂରତାକୁ ଜାଭେଲନି ଫିଙ୍ଗ ଫାଇନାଲରେ ପହଞ୍ଚିଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଗ୍ରୁପ ଏରେ ଥିଲେ। ଏହି ଗ୍ରୁପରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି। ୮୮.୩୯ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବା ନୀରଜଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ। ଏହାପୂର୍ବରୁ ସେ ଦୁଇ ଥର ୮୮.୩୯ ମିଟରରୁ ଅଧିକ ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି। ନୀରଜଙ୍କ ଫାଇନାଲ ମୁକାବିଲା ରବିବାର ଅନୁଷ୍ଠିତ ହେବ। 

Notice
Leave A Reply

Your email address will not be published.