News portal website
before header
[URIS id=5393]

ପୁଣି ମମତା ମୁଖ୍ଯମନ୍ତ୍ରୀ:୫ରେ ଶପଥ ଗ୍ରହଣ।

0 187

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୩-୦୫-୨୦୨୧

ଆସନ୍ତା ମେ ୫ ତାରିଖରେ ୩ୟ ଇନିଂସ ଆରମ୍ଭ କରିବେ ମମତା ବାନାର୍ଜୀ । ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମେ ୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିଦି ।ମୋଟ ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ ପାଇବା ପରେ ଦିଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲା । ଶେଷରେ ସେୟା ହିଁ ହୋଇଛି ।

ଦଳର ବରିଷ୍ଠ ନେତା ଏବଂ ନବ ନିର୍ବାଚିତ ବିଧାୟକଙ୍କମାନଙ୍କ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ଘୋଷିତ କରାଯାଇଛି ।ନନ୍ଦୀଗ୍ରାମରୁ ହାରିବା ପରେ ମଧ୍ୟ କିପରି ମୁଖ୍ୟମନ୍ତ୍ରୀ ହେବେ ମମତା ବାନାର୍ଜୀ ?ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଦଳର ବିପୁଳ ବିଜୟ ହୋଇଛି । କିନ୍ତୁ ନନ୍ଦୀଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି ମମତା ବାନାର୍ଜୀ । ଏହା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ କିପରି ଶପଥ ନେବେ ଦିଦି ? ଏହାର ଉତ୍ତର ହେୁଛି ହଁ…ଭାରତୀୟ ସମ୍ବିଧାନର ଧାରା ୧୬୪ (୪) ଅନୁଯାୟୀ, ‘ବିଧାନସଭାକୁ ନିର୍ବାଚିତ ହୋଇନଥିବା ଜଣେ ସଦସ୍ୟ ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିପାରିବେ ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଏହି ୬ ମାସ ମଧ୍ୟରେ ତାଙ୍କୁ ଉପ ନିର୍ବାଚନରେ ବଜୟୀ ହେବାକୁ ପଡିବ । ଯଦି ସେ ଉପ ନିର୍ବାଚନରେ ମଧ୍ୟ ପରାଜିତ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ ହେବେ ।’ପୂର୍ବରୁ ମଧ୍ୟ ଏପରି ଉଦାହରଣ ରହିଛି । ୨୦୧୧ ମସିହାରେ ଦିଦିଙ୍କ ପାର୍ଟି ପ୍ରଥମେ କ୍ଷମତାକୁ ଆସିଥିଲା । ସେତେବେ​‌ଳେ ମମତା ବାନାର୍ଜୀ ଲୋକସଭା ସଦସ୍ୟ ଥିଲେ । କିନ୍ତୁ ଭାରତୀୟ ସମ୍ବିଧାନର ଧାରା ୧୬୪ (୪) ଅନୁଯାୟୀ ସେ ମୁଖମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏବଂ ପରେ ୬ ମାସ ମଧ୍ୟରେ ଉପ ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

୨୦୧୭ ମସିହାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇନଥିଲେ । ଉତ୍ତର ପ୍ରଦେଶରେ ବିଧାନ ପରିଷଦ ଥିବାରୁ ସେହି ବଳରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ।ସେହିପରି ୨୦୦୯ ମସିହାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ ନିର୍ବାଚନରେ ପ୍ରତିଦ୍ବନ୍ଦିତା ନକରି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ଉପ ନିର୍ବାଚନରେ ମଧ୍ୟ ସେ ପରାଜିତ ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଝାଡଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.