News portal website
before header
[URIS id=5393]

ବଳକା ଥିଲେ ଦେଇଯାଅ; ଆବଶ୍ୟକ ଥିଲେ ନେଇଯାଅ!

0 235

ସମାଜସେବୀ ଗଗନ ପାଇଟାଳ!

ନାଁ ଟିକୁ ଶୁଣୁ ଶୁଣୁ ଆପଣ ଜାଣି ସାରିବେଣୀ ଆଜିର ଆଲୋଚନା କାହାଙ୍କୁ ନେଇ।ଗରିଵ,ଖଟିଖିଆ,ଅବହେଳିତ,ମେହେନତି ମଣିଷର ଦରଦୀ ବନ୍ଧୁ ଗଗନ ସାର ଙ୍କ କଥା ଆମେ କହୁଛୁ।

ଜଗତସିଂହପୁର ଜିଲ୍ଲାରେ ଗଗନ ସାରଙ୍କ ଜନ୍ମ।କର୍ମକ୍ଷେତ୍ର ଭାରତୀୟ ଡାକବିଭାଗ ଭୁବନେଶ୍ୱର ସ୍ଥିତ ପିଏମଜିରେ।ଚାକିରୀରୁ ଅବସର ନେଇଥିଲେ ମଧ୍ୟ ସମାଜସେବାରୁ ଅବସର ନାହିଁ।୧୯୮୫ ଠାରୁ ନିଜକୁ ସମାଜସେବାରେ ନିୟୋଜିତ କରିଥିବା ସାରଙ୍କ ଲକ୍ଷ୍ୟ ଏବଂ ଉଦେଶ୍ୟ ମହତ ରହିଛି,ପ୍ରତ୍ୟେକ ଅବହେଳିତ ଲୋକକୁ ମୌଳିକ ସୁବିଧା ଯୋଗାଇ ଦେବା ତାଙ୍କର ଲକ୍ଷ।ଏନେଇ ସେ ମଧ୍ୟ ଏକ ଅଭିଯାନ ଆରମ୍ଭ କରିଛନ୍ତି।


-ବଳକା ଥିଲେ ଦେଇଯାଆନ୍ତୁ-ଆବଶ୍ୟକ ଥିଲେ ନେଇଯାଆନ୍ତୁ-

ପୁରୁଣା ବସ୍ତ୍ର ସାମଗ୍ରୀ ସଂଗ୍ରହ କରି ଲୋକଙ୍କ ଦେବାରେ ତାଙ୍କର ଅପୂର୍ବ ଆନନ୍ଦ,ଆଜିର ଦିନରେ ଯୋଉଠି ଗମନାଗମନ ସୁବିଧା ନାହିଁ, ସେଠାରେ ଯାଇ ହାଜର ହୋଇ ଲୋକଙ୍କ ସେବା ମଧ୍ୟ କରିଛନ୍ତି।ଜଙ୍ଗଲ ମଧ୍ୟରେ ଲୋକଙ୍କ ପାଖରେ ପହଁଚି ପୂରଣ କରିଛନ୍ତି ବସ୍ତ୍ର ଖାଦ୍ୟ ର ଅଭାବ,ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ କାର୍ଯ୍ୟକୁ ଟ୍ୱିଟ କରି ପ୍ରସଂସା କରିଥିବାବେଳେ, ଅନେକ ସାମାଜିକ ସଂଗଠନ ସାମ୍ମାନୀତ କରିଛି।

Leave A Reply

Your email address will not be published.