News portal website
before header
[URIS id=5393]

ବର୍ଷାଆସିଲାଣି ବୃକ୍ଷ ରୋପଣ କରିବା।

0 257

ଦର୍ଶକ ବନ୍ଧୁ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହରୁ ଆମେ ନାହିଁ ନ ଥିବା ସମସ୍ୟା ଭୋଗିଛନ୍ତି।ଅସହ୍ୟ ତାତି କୁ ଗୁଳୁଗୁଳି କରି ଦେଇଛି ବେହାଲ।ଏପରିକି ଏସି ଫ୍ୟାନ ମଧ୍ୟ ହାର ମାନିଯାଇଥିଲା ଚଳିତ ବର୍ଷର ଗରମ ଆଗରେ।ଯଦି ଚଳିତ ବର୍ଷ ଏତେ ମାତ୍ରାରେ ଗରମ ଗୁଳୁଗୁଳି ତାହେଲେ ଅନୁମାନ କରନ୍ତୁ ଆସନ୍ତାବର୍ଷ କେତେ ଗୁଳୁଗୁଳି ନ ହେବ।

Notice

ଗରମ ଗୁଳିଗୁଳି ଦାଉରୁ ରକ୍ଷା ପାଇବା ପାଇଁ ହେଲେ ଆମ ବାରି ଘର ଚାରିପଟେ ବର୍ତ୍ତମାନ ସମୟରୁ ଗଛ ଲଗାଇବାର ଆବଶ୍ୟକତା ରହିଛି।

ତେବେ ଏହାକୁ କିଭଳି କରିବା ଦେଖିବା ଏହି ରିପୋର୍ଟ।

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଯାଜପୁର ଜିଲ୍ଲା କଳାଶ୍ରୀ ଗ୍ରାମର ପରିବେଶ ବିତ କ୍ଷୀରୋଦ ଜେନାଙ୍କ ଏ ହେଉଛି ଭୁବନେଶ୍ୱର ସ୍ଥିତ ଘରର ଛାତ ଉପରର ଚିତ୍ର,ଛାତ ଉପରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିବା ବେଳେ ନିଜର ସ୍ବଦେଶୀ ଜ୍ଞାନ କୌଶଳରେ ଛାତ ଓପରେ ଫଳାଇ ପାରିଛନ୍ତି ଭଳିକି ଭଳି ପରିବା।ଏହି ପରିବାରୁ ତାଙ୍କର ପରିବାର ଚଳି ଯାଉଥିବା ବେଳେ, ରାସାୟନିକ ପ୍ରୟୋଗ ପରିବା ତାଙ୍କର ଆଦୌ ଆବଶ୍ୟକ ପଡୁ ନ ଥିବା ଜାଣିବାକୁ ମିଳିଛି।ତେବେ ଏହି ଚାଷ ଓ ଚାରା ରୋପଣକୁ ନେଇ ସେ ବେଶ ଖୁସି ଅଛନ୍ତି।

ଆଜି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ,ଗାଁ ଗଣ୍ଡାରେ କୋଡିଏ ହଜାରରୁ ଉର୍ଦ୍ଧ୍ବ ଆମ୍ବ ଗଛ ଲଗାଇ ଜାତୀୟ ଓ ରାଜ୍ୟ ସ୍ତରରେ ଅନେକ ଖ୍ୟାତି ଅର୍ଜ୍ଜନ କରିଥିବା ବେଳେ,ଉଦୟଗିରି ସ୍ଥିତ  ଷୋଳ ପୁଅମାଆ ଲଣ୍ଡା ପାହାଡ଼ ପାଦ ଦେଶରେ ବର୍ତ୍ତମାନ ସୁଦ୍ଧା ଛଅ ହଜାର ଗଛ ଏବଂ ଚଳିତ ମାସରେ ଛଅ ସହ ଗଛ ଲଗାଇ ଅଞ୍ଚଳବାସୀଙ୍କ ପାଇଁ ହିରୋ ପାଲଟି ଯାଇଛନ୍ତି।
Leave A Reply

Your email address will not be published.