News portal website
before header
[URIS id=5393]

ଜମିଜମା ଘଟଣାକୁ କେନ୍ଦ୍ର-କରି ଦୁଇ ପରିବାର ହାତାହାତି!

0 435

ଦୀର୍ଘଦିନର ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ।ଉଭୟ ପକ୍ଷଙ୍କ ମୁଣ୍ଡ ଫାଟି କ୍ଷତ ହୋଇଥିବାର ଦେଖିବାକୁ ମିଳିଛି।ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରଇପୁର ଗ୍ରାମର କଳ୍ପତରୁ ତରାଇ ଓ ତାଙ୍କ ଭାଇଆ ସୁରେନ୍ଦ୍ର ତରାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ଘର କରି ରହୁଥିବା ଜାଗାକୁ ନେଇ କୋର୍ଟରେ କେସ ଚାଲିଥିଲା।

କଳ୍ପତରୁଙ୍କ ଜାଗାରେ ସୁରେନ୍ଦ୍ର ଚଳପ୍ରଚଳ କରୁଥିବାର ଅଭିଯୋଗ ଦର୍ଶାଇ ପରମାନେଟ ଇନଡକସନ ସୁଟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ କଳ୍ପତରୁ ହୋଇଥିଲେ।ଗତକାଲି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ମାଡ଼ ଗୋଳ ହୋଇଥିଵାର ଜାଣିବାକୁ ମିଳିଥିଲା।ଗଣ୍ଡଗୋଳରେ କଳ୍ପତରୁ ସୁରେନ୍ଦ୍ରଙ୍କ ମୁଣ୍ଡ ଫଟେଇ ଦେଇ ଥିବାର ଦେଖିବାକୁ ମିଳିଥିଲା।ଅନ୍ୟପଟେ କଳ୍ପତରୁ ମଧ୍ୟ କ୍ଷତାକ୍ତ ହୋଇ ଡାକ୍ତରଖାନା ଯିବାର ଦେଖିବାକୁ ମିଳିଥିଲା।

ଘଟଣା ସ୍ଥଳରେ ଵାଲିଚନ୍ଦ୍ରପୁର ଥାନା ଏଏସଆଇ ହିମାଂଶୁ ସ୍ବାଇଁ ପହଁଚି ଦୁଇ ପରିବାରକୁ ଦୀର୍ଘ ସମୟ ଧରି ବୁଝାସୁଝା କରିଥିଲେ।ଉଭୟଙ୍କ କୋର୍ଟ କାଗଜ ପତ୍ର ଦେଖି ଡାକ୍ତଖାନରୁ ଚିକିତ୍ସା ହୋଇ ଫେରିବା ପରେ ଥାନାରେ ଯାଇ ପହଁଚିବାକୁ ନିର୍ଦେଶ ଦେଇଥିଲେ।କଳ୍ପତରୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବାର ସାହି ଲୋକ ଏକଜୁଟ ହେଇ ଅଭିଯୋଗ କରିଥିବା ବେଳେ,ପୋଲିସ ଉପସ୍ଥିତରେ ବଚସା ହେବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.