ସମରାଭ୍ୟାସ ଆଳରେ ଚୀନ୍ର ଆତଙ୍କରାଜ। ତାଇୱାନର ଚାରିପଟେ କ୍ଷେପଣାସ୍ତ୍ର ବର୍ଷା କଲା ଚୀନ୍। ୬ଟି ଅଞ୍ଚଳରେ ସମରାଭ୍ୟାସ ସହ ଗୁଳିଗୋଳା ବର୍ଷଣ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଅନ୍ୟ ପକ୍ଷରେ ତାଇୱାନ ବି ୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ସୂଚନା ରହିଛି। ଚୀନ୍ର ସମରାଭ୍ୟାସ ଜାତିସଂଘ ନିୟମର ଉଲ୍ଲଂଘନ କରୁଥିବା ତାଇୱାନ ଅଭିଯୋଗ କରିଛି। ଗୁରୁବାର ଠାରୁ ତାଇୱାନ ସୀମାର ବିଭିନ୍ନ ସ୍ଥାନରେ ଜୋରାଦାର ସମରାଭ୍ୟାସ କରିବା ସହ ଚାଇନା ପକ୍ଷରୁ ମିସାଇଲ ମାଡ଼ କରାଯାଉଛି। କିଛି ମିସାଇଲ ତାଇୱାନ ସୀମାନ୍ତ ପଢ଼ିଥିବା ବେଳେ ଆଉ କିଛି ଚାଇନା ଦଖଲରେ ଥିବା ଅଞ୍ଚଳରେ ଲ୍ୟାଣ୍ତ କରିଛି। ତେବେ ଚାଇନା ମାଡ଼ କରିଥିବା କିଛି ମିସାଇଲ ଜାପାନର ସ୍ୱତନ୍ତ୍ର ଅର୍ଥନୀତିକ ଜୋନରେ ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ଯଦି ଏହି ଖବରରେ ସତ୍ୟତା ଥାଏ, ତା’ହେଲେ ଆଗକୁ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ପ୍ରକାଶ ପାଇଛି।

