News portal website
before header
[URIS id=5393]

ଖୋଲିଲା ବହୁଚର୍ଚ୍ଚିତ ତାଳୁଆ ବାଲିକୁଦା ନକଲି ବିଦେଶୀମଦ ଦୋକାନ!

0 444

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

ତା-୧୨-୦୮-୨୦୨୨

ବହୁଚର୍ଚ୍ଚିତ ତାଳୁଆ ବାଲିକୁଦା ନକଲି ବିଦେଶୀମଦ ଦୋକାନ ଖୋଲିବାକୁ ଯାଉଛି।ସୂଚନା ଯୋଗ୍ୟ ଚବିଶ ମାର୍ଚ୍ଚ ୨୦୨୨ ରେ କଟକ ଏକ୍ସାଇଜ୍ ବିଭାଗର ଅଚାନକ ଚଢାଉ, ତାଳୁଆ ବାଲିକୁଦା ବିଦେଶୀ ମଦ ଦୋକାନରେ ହୋଇଥିଲା,ସ୍ବୀକୃତ ପ୍ରାପ୍ତ ମଦ ଦୋକାନର କର୍ମଚାରୀଙ୍କ ଦ୍ବାରା ଚାଲିଥିଲା ନକଲି ମଦ ପ୍ରସ୍ତୁତ। ବିପୁଳ ପରିମାଣର ନକଲି ମଦ ଜବତ କରିବା ସହ, ନକଲି ମଦ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଥିଲା ଏକ୍ସାଇଜ୍ ବିଭାଗ।

ଘଟଣା ଦିନ ଚାରିଜଣ କର୍ମଚାରୀମାନଙ୍କୁ କଟକ ଏକ୍ସାଇଜ୍ ବିଭାଗ ଗିରଫ କରିଥିବା ବେଳେ, ସେହିଦିନଠାରୁ ମଦ ଦୋକାନ ବନ୍ଦ ଥିଲା। ଆଜି ସନ୍ଧ୍ଯାରେ ଯାଜପୁର ଅବକାରୀ ବିଭାଗର ଅଧିକାରୀ ଆସି ଏହାକୁ ଖୋଲିଥିବାର ସୂଚନା ମିଳୁଛି।

Leave A Reply

Your email address will not be published.