News portal website
before header
[URIS id=5393]

ଏନକାଉଣ୍ଟରରେ ଟଳିଲେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକରି

0 200

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକରିଙ୍କୁ ଏନକାଉଣ୍ଟର । ଆଜି ପଞ୍ଜାବର ଅମୃତସରର ଅଟାରୀ ନିକଟରେ ଏନ୍‌କାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଗ୍ୟାଙ୍ଗଷ୍ଟର ପ୍ରାଣ ହରାଇଛି। ଆଉ ଜଣଙ୍କୁ ପୁଲିସ କାବୁ କରିଛି। ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିମାଡରେ ୩ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଅମୃତସର ଜିଲ୍ଲାର ଅଟାରୀରେ ପାକିସ୍ତାନ ସୀମା ନିକଟରେ ଥିବା ଚିଚା ଭକନା ଗାଁରେ ଏହି ଏନକାଉଣ୍ଟର ଚାଲିଥିଲା। ଏହି ଗାଁରେ ୬ରୁ ୭ ଗ୍ୟାଙ୍ଗଷ୍ଟର ଲୁଚି ରହିଥିବା ସନ୍ଦେହ କରାଯାଉଛି। ପଞ୍ଜାବ ପୁଲିସ ସୂଚନା ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୁଲିସ। ଏହି ସମୟରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା। ଫଳରେ ମୁସେୱାଲାଙ୍କ ହତ୍ୟାକରିଙ୍କୁ ଏନକାଉଣ୍ଟର କରି ମାରି ଦିଆଯାଇଛି।

Leave A Reply

Your email address will not be published.