News portal website
before header
[URIS id=5393]

ରାଜ୍ୟର ୧୨.୨୫ଲକ୍ଷ ପରିବାର ପାଖରେ ନାହିଁ ପକ୍କାଘର

0 137

ରାଜ୍ୟର ଗ୍ରାମାଂଚଳରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଏଯାବତ୍ ୩୧ଲକ୍ଷ ୨୮ହଜାର ୭୫୧ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି । ତେବେ ୧୨.୨୫ଲକ୍ଷ ପରିବାରଙ୍କ ପାଖରେ ପକ୍କାଘର ନାହିଁ । ସେମାନେ ଏସଇସିସି ସର୍ଭେରୁ ବାଦ୍ ପଡ଼ିଛନ୍ତି ଓ କଚ୍ଚାଘରେ ରହୁଥିବା ନେଇ ଚିହ୍ନଟ କରାଯାଇଛି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ପୌରାଂଚଳରେ ନଗର ଉନ୍ନୟନ ବିଭାଗ ଦ୍ୱାରା ୨୦୧୭-୧୮ ଆର୍ଥିକ ବର୍ଷରୁ ୧ଲକ୍ଷ ୬୧ହଜାର ୭୨୯ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ(ସହରୀ) ଯୋଜନାରେ ସାମିଲ କରାଯାଇଛି । ଏସଇସିସି-୨୦୧୧ ସର୍ଭେ ଆଧାରରେ ପ୍ରସ୍ତୁତ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)ର ସ୍ଥାୟୀ ପ୍ରତୀକ୍ଷା ତାଲିକା(ପିଡବ୍ଲ୍ୟୁଏଲ)ରେ ସ୍ଥାନ ପାଇଥିବା ୧୮.୬୫ଲକ୍ଷ ପରିବାର ମଧ୍ୟରୁ ୧୮.୩୯ଲକ୍ଷ ପରିବାରକୁ ଗୃହ ମଞ୍ଜୁର କରାଯାଇଛି । ଅବଶିଷ୍ଟ ୨୬ହଜାର ପରିବାର ଭୂମିହୀନ ହୋଇଥିବାରୁ ସେମାନଙ୍କୁ ଜମି ଯୋଗାଇ ଦେଇ ଗୃହ ମଞ୍ଜୁର କରିବା ନିମନ୍ତେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.