ରାଜ୍ୟରେ ଏଣିକି ଏଟିଏମରେ ମିଳିବ ୨୪ଘଂଟିଆ ରାସନ୍ ଚାଉଳ । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଅଲ ଟାଇମ୍ ଗ୍ରେନ (ଏଟିଜି) ବ୍ୟବସ୍ଥା କରାଯାଉଛି । ପାଇଲଟ୍ ପ୍ରକଳ୍ପ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହାର ଆରମ୍ଭ ହେବ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଏହାର ବ୍ଯବସ୍ଥା କରାଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ବିଧାନସଭାରେ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ୧୨୦୫ କୋଟି ୨୯ଲକ୍ଷ ୪୯ହଜାର ଟଙ୍କାର ଖର୍ଚ୍ଚଦାବିର ଆଲୋଚନାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ଏକ ମଡେଲ ରାଜ୍ୟ ହୋଇଛି । ନିୟମିତ ଭାବେ ସାଧାରଣ ବଂଟନ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯାଉଛି । ୱାନ୍ ନେସନ ୱାନ ରାସନ୍ କାର୍ଡ ବ୍ୟବସ୍ଥା ଓଡ଼ିଶାରେ ୨୦୨୧ ଜୁଲାଇରୁ ଲାଗୁ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀମାନେ ଏଥିରୁ ଉପକୃତ ହୋଇପାରୁଛନ୍ତି ।

