ପୋଲ ଉପରୁ ବସ୍ ଖସି ୧୨ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଇନ୍ଦୋରରୁ ପୁଣେ ଯାଉଥିବା ଏକ ଯାତ୍ରାବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍ ଟି ନର୍ମଦା ନଦୀକୁ ଖସି ପଡିଛି ଫଳରେ ବସ୍ ରେ ଥିବା ୧୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବସରେ ମୋଟ୍ ୫୫ ଯାତ୍ରୀ ଥିବାବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

