News portal website
before header
[URIS id=5393]

ହୀରାକୁଦରୁ ଛଡିଲା ଏ ବର୍ଷର ପ୍ରଥମ ବନ୍ୟାଜଳ

0 132

ଆଜି ହୀରାକୁଦରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ଦିନ ୧୧ଟା ବେଳେ ହୀରାକୁଦର ଗେଟ୍ ଖୋଲାଯାଇଛି। ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ବୋଲି ଜଣାପଡ଼ିଛି। ତେବେ ପ୍ରଥମେ ୭ନଂ ଗେଟ୍‌ରେ ପାଣି ଛଡ଼ାଯାଇଛି। ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳୁ ଡ୍ୟାମର ଜଳପତ୍ତନ ୬୧୩.୦୮ ଫୁଟ୍ ରହିଥିଲା। ଡ୍ୟାମ୍ ଭିତରକୁ ୧ ଲକ୍ଷ ୩୫ ହଜାର ୧୪୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୩୯ ହଜାର ୩୪୮ କ୍ଯୁସେକ୍ ପାଣି ନିଷ୍କାସନ କରାଯାଉଥିଲା। ଏବଂ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିଲା। ହୀରାକୁଦ ଡ୍ୟାମ୍ ଖୋଲିବା ଫଳରେ ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି। ଏଥିପାଇଁ ତଳମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ କରାଇ ଦିଆଯାଇଛି। 

Notice
Leave A Reply

Your email address will not be published.