ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ ଟୀକାକରଣ ଅଭିଯାନ। ଏହି ଅଭିଯାନ ଅଧୀନରେ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ। ତେବେ ପ୍ରଥମ ଦିନରେ ହିଁ ରେକର୍ଡ ସୃଷ୍ଟି ହୋଇଛି। ପୂର୍ବରୁ ଯେତିକି ଲୋକ ବୁଷ୍ଟର ଡୋଜ୍ ନେଉଥିଲେ ମାଗଣା ଅଭିଯାନର ପ୍ରଥମ ଦିନରେ ତା’ ଠାରୁ ୧୬ ଗୁଣ ଅଧିକ ଟିକା ନେଇଛନ୍ତି। ଶୁକ୍ରବାର ୧୩.୨ ଲକ୍ଷ ଲୋକ କରୋନା ବିରୋଧରେ ବୁଷ୍ଟର ବା ପ୍ରିକସନ ଡୋଜ୍ ନେଇଛନ୍ତି। ଗୁରୁବାର ଯାଏ ସମଗ୍ର ଦେଶରେ ମୋଟ ୭୮.୧ ଲକ୍ଷ ବୁଷ୍ଟର ଡୋଜ୍ ଲୋକମାନଙ୍କୁ ଦିଆଯାଇଥିଲା। ଜୁଲାଇ ୧୪ ଯାଏ ଦେଶରେ ୧୮ରୁ ୫୯ ବର୍ଷ ବର୍ଗରେ ଥିବା ମୋଟ ୭୮,୧୧,୧୪୫ ଜଣ ଲୋକ କରୋନା ବିରୋଧରେ ବୁଷ୍ଟର ଡୋଜ୍ ନେଇଥିଲେ। ଏହାର ଅର୍ଥ ଦୈନି ୮୧,୩୬୬ ଡୋଜ୍ ଟିକାକରଣ ହେଉଥିଲା।

