କୋରାପୁଟର କୋଟିଆ ଗ୍ରାମପୁଞ୍ଜର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି। କୋଟିଆରେ ଚଳିତ ଶିକ୍ଷା ବର୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଯାଇଛି। ନୂତନ ଭାବରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ମୋଟ ୫୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏତଦ୍ ବ୍ୟତୀତ ଏକ ଛାତ୍ରାବାସ ମଧ୍ୟ ନିର୍ମାଣ ହୋଇଛି। ତେବେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଯିବାଆସିବା କରିବା ପାଇଁ ମାଗଣା ବସ୍ ସେବା ବ୍ୟବସ୍ଥା କରାଯାଇଛି।

