News portal website
before header
[URIS id=5393]

ଏଣିକି ସଂସଦ ଭିତରେ ଧାରଣା ଦେବା ମନା

0 127

ସଂସଦକୁ ନେଇ ଆସିଲା ଆଉ ଏକ ବିବାଦୀୟ ନିୟମ । ଏହି  ନୂଆ ନିୟମ ଅନୁଯାୟୀ ସଂସଦ ଭିତରେ ସାସଂଦ ମାନେ  ଧାରଣା ପ୍ରଦର୍ଶନ କରି ପାରିବେ ନାହିଁ। ଏନେଇ ରାଜ୍ୟସଭା ସାଧାରଣ ସଚିବ ପିସି ମୋଡି ଏକ ନୋଟିସ୍ ଜାରି କରିଛନ୍ତି।  ଏହି ନୋଟିସ୍ ଅନୁଯାୟୀ ସଂସଦ ଭିତରେ କୌଣସି ଆନ୍ଦୋଳନ, ଧାରଣା, ଷ୍ଟ୍ରାଇକ୍ , ଉପବାସ ଉପରେ ରୋକ୍ ଲଗାଯାଇଛି। ଏମିତିକି କୌଣସି ଧର୍ମୀୟ ଉତ୍ସବ ଆଳରେ ଏସବୁ କରିବାକୁ ମଧ୍ୟ ବାରଣ କରାଯାଇଛି । ତେବେ ଏହାକୁ ବିରୋଧୀ ଦଳର ସଦସ୍ୟମାନେ କଡା ସମାଲୋଚନା କରିଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ସଂସଦରେ କେତେକ ଶବ୍ଦକୁ ବାରଣ ନେଇ ବିବାଦ ସୃଷ୍ଟି ହୋଇଛି। 

Notice
Leave A Reply

Your email address will not be published.