ପୁଣି ଅଡୁଆରେ ପଡିଛନ୍ତି ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ମ୍ୟାଡାମଙ୍କ ଗାଡି ଧକ୍କାରେ ୩ ଜଣ ପ୍ରାଣ ହରାଇଥିବା ଘଟଣା ଏବେ ବିବାଦର କେନ୍ଦ୍ର ପାଲଟିଥିବା ବେଳେ ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁର୍ଘଟଣା ପରେ ଗିରଫ ହୋଇଥିବା ଗାଡି ଚାଳକ ଅଜୟ କୁମାର ଜେଠୀଙ୍କ ସହ ଇନ୍ସପେକ୍ଟର ସୁନା ମ୍ୟାଡାମଙ୍କ ସଂପର୍କକୁ ନେଇ ଏବେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ତେବେ ମିଳିଥିବା ତଥ୍ୟ ଅନୁସାରେ ଗିରଫ ଅଜୟ ଜେଠୀ ହେଉଛନ୍ତି ମ୍ୟାଡାମ୍ ସ୍ନିଗ୍ଧରାଣୀଙ୍କ ପ୍ରେମିକ । ସେ ତାଙ୍କ ସହ ପୁରୀ ଯାଇଥିଲେ । ସୁନାଙ୍କ ସ୍ୱାମୀ ଏ ନେଇ ମେ’ ଦୁଇ ତାରିଖ ଦିନ ଅଜୟ ଜେଠୀ ଓ ସୁନା ମ୍ୟାଡାମଙ୍କ ନାଁରେ ସୁନ୍ଦରଗଡ଼ ଟାଉନ୍ ଥାନରେ ମାମଲା ଦାୟର କରିଛନ୍ତି । ସୁନା ମ୍ୟାଡାମଙ୍କ ସ୍ୱାମୀ ଜଣେ ଅଧ୍ୟାପକ ହୋଇଥିବା ବେଳେ ସେ ରାଉରକେଲାରେ ଏକ ସରକାରୀ କଲେଜରେ ଅଧ୍ୟାପକ ଅଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସେ ସୁନ୍ଦରଗଡ଼ରେ ତାଙ୍କ ପତ୍ନୀଙ୍କ କ୍ୱାର୍ଟର୍ସକୁ ଯାଇଥିଲେ । ସେଠାରେ ସେ ଅଜୟ ଜେଠୀଙ୍କୁ ଦେଖିଥିଲେ । ଅଜୟ କିଏ ବୋଲି ପଚାରିବାରୁ ସେ ତାଙ୍କୁ ବିବାହ କରିଥିବା କହିଥିଲେ ବୋଲି ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି।

