News portal website
before header
[URIS id=5393]

କେରଳରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା

0 144

କେରଳର ଜଣେ ଯୁବକଙ୍କଠାରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ  ୩୫ ବର୍ଷର ଯୁବକ । ସେ  କିଛି ଦିନ ତଳେ ସାଉଦିଆରବରୁ ଫେରିଥିଲେ । ପରେ ସାମାନ୍ୟ ଅସୁସ୍ଥ ହେବାରୁ ତାଙ୍କୁ ଥିରୁବନନ୍ତପୁରମ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଟେଷ୍ଟ ପରେ ଜଣା ପଡ଼ିଲା ଯେ ସେ ମଙ୍କିପକ୍ସ ଆକ୍ରାନ୍ତ। ତେବେ ତାଙ୍କ ପରିବାର ଏବଂ ପଡ଼ୋଶୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସାଉଦିଆରବରୁ ଯୁବକଙ୍କ ସହ ଆସିଥିବା ବିମାନର ଯାତ୍ରୀଙ୍କୁ ମଧ୍ୟ ଆଲର୍ଟ କରାଯାଇଛି ।

Leave A Reply

Your email address will not be published.