ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧
ବର୍ତ୍ତମାନ ସମଗ୍ର ଦେଶରେ ପାର୍ବଣ ଋତୁ ଚାଲିଥିବା କାରଣରୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର କୋଭିଡ୍ ଗାଇଡଲାଇନ ଅବଧିକୁ ବୃଦ୍ଧି କରାଇଛନ୍ତି। ତେବେ ଦେଶରେ ମୋଟ୍ ସଂକ୍ରମଣ ହାର ହ୍ରାସ ପାଉଥିଲେ ମଧ୍ୟ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ଏତଦ୍ ବ୍ୟତୀତ ପାର୍ବଣ ସମୟ ଚାଲୁଥିବା କାରଣରୁ, ଏହି ସମୟରେ ଢିଲା ହେଲେ ସଂକ୍ରମଣ ପୁଣି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡଲାଇନକୁ ମାସେ ପର୍ଯ୍ୟନ୍ତ କଡ଼ାକଡ଼ି ପାଳନ କରିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଅବଗତ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ ଅନୁଯାୟୀ ପୂର୍ବଭଳି ଜିଲ୍ଲା ପ୍ରଶାସନମାନେ ସେମାନଙ୍କ ଜିଲ୍ଲାରେ ନିୟମିତ ଢଙ୍ଗରେ ସଂକ୍ରମଣ ହାର ଓ ମେଡିକାଲରେ ଆଇସିୟୁ ବେଡ୍ ଅକ୍ୟୁପାନ୍ସି ପରଖୁଛନ୍ତି କି ନାହିଁ, ତାଉପରେ ବି ଧ୍ୟାନ ଦେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
