News portal website
before header
[URIS id=5393]

ଦୂର୍ଗାପୂଜା ପୂଜା ଚାନ୍ଦା ମାଗି ୨ ଗିରଫ !

0 128

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧

ଦୂର୍ଗାପୂଜା ଚାନ୍ଦା ମାଗି ଦୁଇ ଗିରଫ। ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲଗୋଦାମ ପୁଲିସ୍‌। ସୂଚନା ଅନୁସାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଏହି ଦୁଇ ଅଭିଯୁକ୍ତଙ୍କ ନାଁ ହେଉଛି ଶରତ କୁମାର ବେହେରା ଓ ରାକେଶ ବେହେରା।  ଏହି ଦୁଇ ଅଭିଯୁକ୍ତ କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ୧୩ ହଜାର ଟଙ୍କା ଚାନ୍ଦା ମାଗିଥିବା ଅଭିଯୋଗରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସେ ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ତାଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଏହି ଅଭିଯୋଗ ମିଥ୍ୟା ଏବଂ କଟକରେ ପୂଜା ପାଇଁ କାହାଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉନାହିଁ ବୋଲି ସ୍ପଷ୍ଟୀକରଣ ରଖିଛି ପୂଜା କମିଟି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.