News portal website
before header
[URIS id=5393]

ପୁଣି ଥରେ ଆନ୍ଧ୍ରର ହୀନ ଚକ୍ରାନ୍ତ , ଓଡ଼ିଆ ଫଳକକୁ ଲିଭାଇଲେ, ଲଗାଇଲେ ତେଲଗୁ ଫଳକ

0 207

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୯-୦୯-୨୦୨୧

ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲାରେ ବ୍ୟସ୍ତ ଥିବାବେଳେ ଆନ୍ଧ୍ରପ୍ରଦେଶ ଏହାର ଫାଇଦା ଉଠାଉଛି। କୋଟିଆରେ ପୁଣି ଥରେ ହୀନ ଚକ୍ରାନ୍ତ କରିଛି ଆନ୍ଧ୍ରପ୍ରଦେଶ ପ୍ରଶାସନ। ଏଥର ଭାଷା ଭିତ୍ତିକ କାର୍ଡ ଖେଳିଛି ଆନ୍ଧ୍ର । କୋଟିଆ ପଞ୍ଚାୟତରେ ଫାଟୁ ସିନେରି ଠାରେ ଗତକାଲି ଆନ୍ଧ୍ର ତେଲଗୁ ଫଳକ ଲଗେଇ ଥିବା ବେଳେ ଏବେ ଓଡ଼ିଶା ପକ୍ଷରୁ ଲଗାଯାଇଥିବା ଓଡ଼ିଆ ଫଳକକୁ ଲିଭାଯାଇଥିବା ଅଭିଯୋଗ ହୋଇଛି। 

କୋରାପୁଟ ଜିଲ୍ଲା ପ୍ରଶାସନ ଏବେ ସାମୁଦ୍ରିକ ଝଡ଼ ଗୁଲାବର କ୍ଷୟକ୍ଷତି ଏବଂ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟସ୍ତ ରହିଥିବାବେଳେ ଫାଇଦା ଉଠାଉଛି ଆନ୍ଧ୍ର । ସୂଚନା ମୁତାବକ ଗୁଲାବ ବାତ୍ୟା କୋଟିଆ ପଞ୍ଚାୟତରେ ବଡ଼ଧରଣର କ୍ଷୟକ୍ଷତି କରିଛି । ମାଡକାର ବ୍ରିଜ ପାଣିରେ ଧୋଇ ଭାସିଜିବା ଫଳରେ କୋଟିଆ ଠାରୁ ସିଧାସଳଖ ଫାଟୁ ସିନେରି, ଫଗୁଣ ସିନେରି ଓ ମାଡକାରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହି ସମୟରେ ଓଡ଼ିଶା ସୀମାବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ଏହାର ଦାଦାଗିରି ଦେଖାଇଛି  । 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.