ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧
ମହାମାରୀ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ ଏହି ଅବଧି ରହିଥିବା ବେଳେ ଗତକାଲି ଡିଜିସିଏ ଏହି ଅବଧିକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଛି। କିନ୍ତୁ ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ଓ କାର୍ଗୋ ବିମାନ ଚଳାଚଳ ଉପରେ କୌଣସି କଟକଣା ଲାଗୁହେବନି। ଅନ୍ୟ ପକ୍ଷରେ ଜରୁରୀ ଓ ମେଡିସିନ ସାମଗ୍ରୀ ନେବା ଆଣିବା କରୁଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ କଟକଣା କୋହଳ କରାଯାଇଛି। ସୂଚନାଯୋଗ୍ୟ ଯେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
