ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧
ନଦୀରେ ବଢ଼ି ପାଣି ଆସିବା ପରେ ନଦୀ ଭିତରକୁ ଏକ କୁମ୍ଭୀର ଚାଲିଆସିଛି । ତେଣୁ ନଦୀ ଭିତରକୁ ନ ଯିବାକୁ ସତର୍କ କରାଇଛି କଟକ ଫୁଲନଖରା ବନ ବିଭାଗ। ଫୁଲନଖରା ବନାଞ୍ଚଳ ତରଫରୁ ଜନସାଧାରଣମାନଙ୍କୁ ସୂଚାଇ ଦିଆଯାଇଛି ଯେ ଗତ କିଛିଦିନ ହେବ ଉରାଳି , ସଇଁନ୍ଧା , ଅଇତଳଙ୍ଗ ମଧ୍ୟରେ କାଠଯୋଡୀ ନଦୀରେ ଏକ କୁମ୍ଭୀର ଦେଖାଯାଉଅଛି । ଏଣୁ ଜନସାଧାରଣମାନଙ୍କୁ ନଦୀ ମଧ୍ୟକୁ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
