News portal website
before header
[URIS id=5393]

ମହାନଦୀ ପଠାରେ ପୋତା ହେଲା ମୃତ ଦନ୍ତାହାତୀର ମୃତଦେହ

0 205

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୯-୦୯-୨୦୨୧

ମହାନଦୀର ମୁଣ୍ଡଳିରେ ଫସି ମୃତ୍ୟୁ ବରଣ କରିଥିବା ହାତୀର ମୃତଦେହ ଜଗତପୁର ସାତବାଟିଆରୁ ଉଦ୍ଧାର ପରେ ହାତୀକୁ ବ୍ୟବଚ୍ଛେଦ କରାଯାଇଛି। ପରେ ମୃତଦେହକୁ ନଦୀ ପଠାରେ ପୋତି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ ରବିବାର ମୁଣ୍ଡଳି ଆନିକଟରେ ଦନ୍ତା ହାତୀର ମୃତ ଉଦ୍ଧାର କରାଯାଇଥିଲା। ସେଠାରୁ ହାତୀର ମୃତଦେହ ଉଦ୍ଧାର କରିବା ସମ୍ଭବ ନହେବାରୁ ବ୍ୟାରେଜର ଗେଟ୍ ଖୋଲିବା ପରେ ହାତୀଟି ଭାସି ଯାଇ  ଜଗତପୁର ସାତବାଟିଆ ନିକଟରେ ଲାଗିଥିଲା। ଗତକାଲି ହାତୀର ମୃତଦେହକୁ ୩ଟି ଡ଼ଙ୍ଗା ସାହାଯ୍ୟରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀମାନେ କୂଳକୁ ଅଣିଥିଲେ। ବ୍ୟବେଚ୍ଛେଦ ପରେ ହାତୀର ମୃତଦେହକୁ ପୋତା ଯାଇଛି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.