
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆଫଗାନିସ୍ତାରେ ତାଲିବାନ ଶାସନ ଫେରିବା ପରେ ତାଲିବାନୀ ଏହାର ଅସଲ ଚେହେରା ଦେଖାଦେଇଛି । ଆଫଗାନିସ୍ତାନରେ ତାଲିବାନ୍ ସତ୍ତାକୁ ଆସିବା ପରେ ସରିଆ ଲ’ ଲାଗୁ ହୋଇଛି। ସରିଆ ଲ’ ଲାଗୁ ହେବା ପରେ ସେଲୁନ୍ ଆଗରେ କଡା ନିୟମ ଲେଖାଥିବା ପୋଷ୍ଟର ଲଗାଯାଇଛି । ଫ୍ରଣ୍ଟିଅର ପୋଷ୍ଟ ରିପୋର୍ଟ ଅନୁଯାୟୀ , ପୁରୁଷ ଲୋକ ମାନେ ଦାଢି କାଟି ପାରିବେ ନାହିଁ । ଯଦି କେହି ଷ୍ଟାଇଲି ହେୟାର କଟ୍ କରନ୍ତି ତେବେ ତାଙ୍କୁ ସରିଆ ଆଇନ ଅନୁସାରେ କଡା ଦଣ୍ଡ ଦିଆଯିବ । ଚୁଟି କାଟିବାକୁ ଟ୍ରିମର ବ୍ୟବହାର କରାଯାଇପାରିବ ନାହିଁ ।
ଏହା ବ୍ୟତୀତ ସେଲୁନ୍ ଭିତରେ ମ୍ୟୁଜିକ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ୨୦ ବର୍ଷ ପୂର୍ବେ ଯେତେବେଳେ ତାଲିବାନ୍ ସରକାର ଥିଲା ସେତେବେଳେ ମଧ୍ୟ ଆଫଗାନିସ୍ତାନରେ ଏପରି କଠୋର ନିୟମ ଲାଗୁ କରାଯାଇଥିଲା ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
