News portal website
before header
[URIS id=5393]

କଂଗ୍ରେସ ନେତା ଦିଗ୍‌ବିଜୟଙ୍କ ବିବାଦୀୟ ବୟାନ : କହିଲେ, ” ପିଲାଙ୍କ ମନରେ ଘୃଣାଭାବ ଭରୁଛି ସରସ୍ୱତୀ ଶିଶୁ ମନ୍ଦିର “

0 249

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧

ପୁଣି ଥରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ   କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ। ବିଜେପି ଓ ଆରଏସଏସକୁ ଟାର୍ଗେଟ କରିବା ସଙ୍ଗେ ସଙ୍ଗେ ଏବେ ସରସ୍ୱତୀ ଶିଶୁ ମନ୍ଦିରର ପାଠପଢାକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ। କଂଗ୍ରେସ ନେତା କହିଛନ୍ତି ଯେ, ” ସରସ୍ୱତୀ ଶିଶୁ ମନ୍ଦିରରେ ପିଲାଙ୍କ ମନରେ ଛୋଟବେଳୁ ଅନ୍ୟ ଧର୍ମ ବିରୋଧରେ ଘୃଣାଭାବ ଭରି ଦିଆଯାଉଛି । ଆଉ ଏହି ଘୃଣାଭାବ ପରବର୍ତ୍ତୀ ସମୟରେ ଦେଶର ସାଂପ୍ରଦାୟିକ ସଦଭାବରେ ବାଧା ସୃଷ୍ଟି କରିଥାଏ । ଏହାଦ୍ୱାରା ସାଂପ୍ରଦାୟିକ ସ୍ଥିତି ସୃଷ୍ଟି ହେବା ସହ ଦେଶରେ ଦଙ୍ଗା ଭଳି ଘଟଣା ଦେଖିବାକୁ ମିଳିଥାଏ ।”

ଶନିବାର ଦିନ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ନିଲମ ପାର୍କରେ କେନ୍ଦ୍ର ସରକାରଙ୍କ ବିରୋଧରେ ହେଉଥିବା ପ୍ରଦର୍ଶନ ସମୟରେ ଏଭଳି ବିବାଦୀୟ ବୟାନ ଦେଇ ପୁଣି ଥରେ ବିବାଦ ଭିତରକୁ ଆସିଛନ୍ତି ଦିଗବିଜୟ ସିଂ। 

ଦିଗ୍‌ବିଜୟଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଜେପି ଏହାର କଡା ପ୍ରତିକ୍ରିୟା ରଖି କହିଛି ଯେ , ଦିଗବିଜୟ ସିଂ ମଦରାସା ବାବଦରେ କହିବାକୁ ଚାହୁଁଛନ୍ତି। ସେଠାରେ ଆତଙ୍କବାଦ ସୃଷ୍ଟି କରାଯାଉଛି ଏବଂ ମାନବବାଦକୁ ଧ୍ଵଂସ କରାଯାଉଛି। ଯଦି ତୁମେ ସତରେ ଏହାକୁ ବନ୍ଦ କରିବାକୁ ଚାହୁଁଛ ତେବେ ମଦରାସାରେ ପରିବର୍ତ୍ତନ ଆଣନ୍ତୁ। “

ସେହିପରି ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ ଟ୍ୱିଟ୍ କରି କହିଛନ୍ତି, ସରସ୍ୱତୀ ମନ୍ଦିର ଦେଶଭକ୍ତିର ପାଠଶାଳା । ଏଠାରେ ପିଲାମାନେ ପ୍ରାର୍ଥନା କରନ୍ତି । ତେଣୁ ମତିଭ୍ରମ ହୋଇଥିବା ବ୍ୟକ୍ତି ହିଁ ଏହା ଉପରେ ଆଙ୍ଗୁଠି ଉଠାନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.