
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଡିଆର୍ଡିଓରୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। କ୍ରାଇମବ୍ରାଞ୍ଚ ସୂତ୍ରରୁ ରହସ୍ୟମୟୀ ମହିଳା କିପରି ଡିଆରଡିଓ ତଥ୍ୟ ହାସଲ କରୁଥିଲା ସେ ନେଇ ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନାନୁସାରେ , ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରି ଡିଆରଡିଓ ତଥ୍ୟ ଲିକ୍ କରୁଥିଲେ। ପ୍ରାୟ ୮ ମାସ ପୂର୍ବରୁ ସେ ଏହି ମୋଇବାଲକୁ ହ୍ୟାକ୍ କରି ରଖିଥିଲେ। ରହସ୍ୟ ମହିଳା ଜଣକ ମୋବାଇଲ ଆପ ଜରିଆରେ ଭଏସ ଚେଞ୍ଜ କରି ଅଭିଯୁକ୍ତଙ୍କ ସହ କଥା ହେଉଥିଲେ । ଏଭଳି ମାଧ୍ୟମରେ ଅଭିଯୁକ୍ତଙ୍କଠାରୁ ସମସ୍ତ ଗୁପ୍ତ ତଥ୍ୟ ନେଉଥିଲେ । ଅଭିଯୁକ୍ତଙ୍କ ଲିଙ୍କରେ ଯେଉଁମାନେ ଥିଲେ, ସେମାନେ ସେହି ରହସ୍ୟମୟୀ ମହିଳାଙ୍କ ସହ କଥା ହେବା ପାଇଁ ନୂଆ ସିମ୍ କିଣିଥିଲେ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ତଥ୍ୟ ସାମ୍ନାକୁ ଆସିଛି । ଏହି ରହସ୍ୟମୟୀ ମହିଳା ଜଣକ ବିଦେଶରେ ରହି ଅପରେଟ୍ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି।
ଗୋଟିଏ ଲିଙ୍କକୁ କ୍ଲିକ କରି ଅଭିଯୁକ୍ତଙ୍କୁ ଓଟିିପି ମାଗିଥିଲେ ରହସ୍ୟମୟୀ ମହିଳା । ଲିଙ୍କ ପାଇବା ପରେ ମହିଳା ସବୁ କିଛି ନିୟନ୍ତ୍ରଣ କରୁଥିଲେ । ପ୍ରାୟ ୮ ମାସରୁ ଊର୍ଦ୍ଧ୍ବ ସମୟ ହେଲା ମହିଳାଙ୍କ ସ୍କାନରରେ ଥିଲେ ଅଭିଯୁକ୍ତ । ମୋବାଇଲରେ ସମସ୍ତଙ୍କ ଗତିବିଧି ଉପରେ ନଜର ରଖୁଥିଲେ ମହିଳା ।
ସୂଚନାଯୋଗ୍ୟ, ଡିଆର୍ଡିଏର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ବାଲେଶ୍ୱର ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଆଇଟିଆର୍ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ୍ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
