
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆଜି ଅର୍ଥାତ୍ ସୋମବାର (ସେପ୍ଟେମ୍ବର ୨୭) ଭାରତ ବନ୍ଦ। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଅନୁସାରେ ଆଜି ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । କେନ୍ଦ୍ର ସରକାରଙ୍କ ୩ଟି ବିବାଦୀୟ କୄଷି ଆଇନକୁ ରଦ୍ଦ କରିବା, ଏମ୍.ଏସ୍.ପି ସ୍ଥିର କରିବା ଆଦି ଦାବିରେ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା ।
ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ, କିନ୍ତୁ ପରିବହନ ସେବା – ବସ୍, ଟ୍ରେନ୍, ଅଟୋ ପରିଚାଳନ – ସମେତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ଏହି ବନ୍ଦ ପାଳନ ସମୟରେ OSRTC ବସ୍ ଚଳାଚଳ ସେବା ମଧ୍ୟ ବନ୍ଦ ରହିବ। ସକାଳ ୬ରୁ ଅପରାହ୍ନ ୩ଟା ଯାଏଁ ଗଡ଼ିବନି OSRTC ବସ୍। ଏହି ସମୟରେ ଲୋକମାନେ ଘରୁ ନବାହାରିବାକୁ ସୋନିପତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ଚାଷୀ ନେତା। ଭାରତ ବନ୍ଦ ପାଳନ ସମୟରେ ସଡ଼କ ପରିବହନ, ରେଳ ପରିହବନ ସହ ସବୁ ସରକାରୀ ଓ ବେସରକାରୀ ସଂଗଠନ ବନ୍ଦ କରାଯିବ ବୋଲି କୁହାଯାଇଛି। ସେପଟେ ଭାରତ ବନ୍ଦ ଡାକରାକୁ ଓଡ଼ିଶାରେ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ବିଜେଡି କିନ୍ତୁ ଭାରତ ବନ୍ଦକୁ ଖୋଲାଖୋଲି ସମର୍ଥନ ଜଣାଇନଥିଲେ ମଧ୍ୟ ତାଙ୍କ ଦଳ ସବୁବେଳେ ଚାଷୀଙ୍କ ସହିତ ଅଛି ବୋଲି ରାଜ୍ୟସଭା ସାଂସଦ ସୁବାସ ସିଂ କହିଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
