News portal website
before header
[URIS id=5393]

ଓଡ଼ିଶା ଉପରୁ ଟଳିଲା ବାତ୍ୟା ‘ଗୁଲାବ’ ବିପଦ

0 181

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧

ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମର ସନ୍ଥଗୁଡ଼ାଠାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଗୁଲାବ’ । ଗତକାଲି ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୪ କିମି ରହିଥିଲା। ତେବେ ଓଡ଼ିଶା ଉପରୁ ବିପଦ ଟଳିଥିଲେ ମଧ୍ୟ ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟା କାରଣରୁ ମଧ୍ୟ ରାତିରେ ସମୁଦ୍ର ଅଶାନ୍ତ ହୋଇଛି। ଶ୍ରୀକାକୁଲମ୍‌, ବିଜୟନଗରମ୍‌, ଗଞ୍ଜାମ ଉପକୂଳରେ ଜୁଆର ୦.୫ ମିଟର ଉଚ୍ଚତାକୁ ଉଠିଛି। ଆଜି ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ଏସଆରସି କହିଛନ୍ତି ଯେ ‌ବାତ୍ୟା ପ୍ରଭାବ ଯେତିକି ପଡ଼ିବ ବୋଲି ଆକଳନ କରାଯାଉଥିଲା ସେଭଳି ହୋଇନାହିଁ। ରାତି ୯ଟା ସୁଦ୍ଧା ବିଭିନ୍ନ ଜିଲ୍ଲାରୁ ୩୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଜପତିରେ ୬୮୦୦, ରାୟଗଡ଼ାରେ ୨୩୬୦, କନ୍ଧମାଳରେ ୪୭୫୦, ମାଲକାନଗିରିରେ ୮୨୬୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି ଯେ ଏହା ଗଭୀର ଅବପାତରେ ପରିଣତ ହେବ। ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜାରି ରହିବ। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.