
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ସାମୁଦ୍ରିକ ଝଡ଼ ‘ଗୁଲାବ’। ଏହା ଦ୍ବାରା ଓଡ଼ିଶା ଉପରୁ ବିପଦ ଟଳିଛି। ଫଳରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ କ୍ଷୟକ୍ଷତି ହୋଇନି। ଗଞ୍ଜାମ, ଗଜପତି, ରାୟଗଡ଼ାରେ ପବନ ବିଶେଷ ନାହିଁ। ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କାଁ ଭାଁ ସ୍ଥାନରେ ହେଉଛି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ଏସଆରସିଙ୍କ ସୂଚନା ଅନୁଯାୟୀ, ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ଯିବ। ଏବେ ଶ୍ରୀକାକୁଲମରୁ କୋରାପୁଟ ଯିବ ବାତ୍ୟା। ପ୍ରଭାବରେ ଗଜପତି, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
ବାତ୍ୟାକୁ ଦୃଷ୍ଟିରେ ରଖି ଗତ କାଲି ରାତି ୯ଟା ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗଞ୍ଜାମରେ ସର୍ବାଧିକ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଥିଲା। ତେବେ ଫ୍ଲାସ ଫ୍ଲଫ୍ ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
