
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ବିହାରରେ ଘଟିଛି ଏକ ବଡ଼ ଧରଣର ଅଘଟଣ। ଡଙ୍ଗା ଓଲଟି ୨୨ ନିଖୋଜ ୬ ଜଣଙ୍କ ମୃତ ଦେହ ଉଦ୍ଧାର। ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ପୂର୍ବ ଚମ୍ପାରଣରେ । ମୋତିହାରୀର ଶିକାରଗଞ୍ଜ ଥାନା ଅନ୍ତର୍ଗତ ଗୋଢିୟାରେ ସିକରହନା ନଦୀରେ ଡଙ୍ଗା ଓଲଟି ଡଙ୍ଗରେ ଯାତ୍ରା କରୁଥିବା ୨୨ ଜଣ ଲୋକ ନଦୀରେ ବୁଡି ଯାଇଛନ୍ତି। ଏହି ଖବର ପାଇବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କରିବା ପାଇଁ ଉଦ୍ୟମ କରିଛନ୍ତି। ଏ ସମ୍ପର୍କରେ ପୋଲିସ-ପ୍ରଶାସନକୁ ମଧ୍ୟ ସୂଚନା ଦିଆଯାଇଛି । ଖବର ଲେଖାଯିବା ସୁଦ୍ଧା ନଦୀରୁ ୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଏକ ଛୋଟ ଡଙ୍ଗାରେ ସବାର ହୋଇ ଲୋକମାନେ ମଇଁଷିଙ୍କ ପାଇଁ ଘାସ କାଟିବାକୁ ଯାଉଥିଲେ। ଏହି ସମୟରେ ଡଙ୍ଗା ଓଲଟି ଯାଇଥିଲା। ଡଙ୍ଗାରେ ଯାଉଥିବା ୨୨ ଜଣ ଲୋକଙ୍କ ଭିତରୁ ଅଧିକାଂଶ ମହିଳା ସାମିଲ ଅଛନ୍ତି। ମହିଳାମନେ ପିଲାଙ୍କୁ ନେଇ ସାଙ୍ଗରେ ଯାଉଥିଲେ। ତେବେ ଅଭିଯୋଗ ଅନୁସାରେ, ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ଲୋକ ବସିବା କାରଣରୁ ଏଭଳି ଏକ ଦୁର୍ଘଟଣା ଘଟିଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
