News portal website
before header
[URIS id=5393]

ବାତ୍ୟା ‘ଗୁଲାବ’ ର ପ୍ରଭାବ : ଗଜପତି ଗୁମ୍ମାରେ ଧସିଲା ମାଟି ଅତଡ଼ା

0 209

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧

ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ । ଏବେଠୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାରେ ବର୍ଷା ଲାଗି ରହିଛି । ଗୁଲାବର ପ୍ରଭାବରେ ଗୁମ୍ମା ବ୍ଲକ ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି । ଏହା ଫଳରେ ଯାତାୟତ ଠପ୍ ହୋଇ ଯାଇଛି। ତେବେ ଆଗକୁ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି। ଗଜପତି ଗୁମ୍ମାର ପାହାଡ଼ିଆ ଅଂଚଳରେ ପ୍ରବଳ ବର୍ଷା ପ୍ରଭାବରେ ଏଭଳି ସ୍ଥିତି ଦେଖାଦେଇଛି । ବାତ୍ୟା ଗୁଲାବର ପ୍ରଭାବରେ ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । 

ସହର ଅପେକ୍ଷା ପାହାଡିଆ ଅଂଚଳରେ ବର୍ଷାର ପରିମାଣ ଅଧିକ ରହିଥିବା କୁହାଯାଉଛି । ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରିବା କାମ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୫ଟି ଗାଁରୁ ୫୮୬ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି । ଗୋଷାଣୀ, ଗୁମା. କାଶୀନଗର, ମୋହନା, ନୂଆଗଡ, ରାୟଗଡ ବ୍ଲକର ତଳିଆ ଅଂଚଳରୁ ଥିବା ଗାଁଗୁଡି ଖାଲି କରାଯାଉଛି ।୧୫ଟି ଆଶ୍ରୟସ୍ଥଳରେ ସୁରକ୍ଷିତ ଭାବେ ରଖିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଉଦ୍ଧାର ପ୍ରକ୍ରିୟା ପାଇଁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ମଧ୍ୟ ପହଂଚିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଥାଇ ସେଠାରୁ ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.