
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି। ସେହିପରି ଏସ୍ଆରସି ମଧ୍ୟ ଲଗାତାର ଅପଡେଟ ଦେଉଛନ୍ତି। ଅପରପକ୍ଷରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ସେହିପରି ବାତ୍ୟା ଆଶଙ୍କା ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫିସେରିଜ୍ ଓ ଏଆରଡି ବିଭାଗରେ ଖୋଲିଲା ବାତ୍ୟା କଣ୍ଟ୍ରୋଲ ରୁମ୍। ସ୍ୱତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ୍ ଚାମ୍ବରରେ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି।
କଣ୍ଟ୍ରୋଲ ରୁମର ଟେଲିଫୋନ୍ ନମ୍ବର ହେଉଛି – (0674) 2393958। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି କଣ୍ଟ୍ରୋଲ ରୁମ୍ ୨୬ ତାରିଖରୁ ୨୮ ପର୍ଯ୍ୟନ୍ତ ୨୪ ଘଣ୍ଟିଆ କାମ କରିବ କଣ୍ଟୋଲ ରୁମ୍ ଲାଗି ଦୁଇ ନୋଡାଲ ଅଧତ୍କାରୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି।
ସେମାନେ ହେଉଛନ୍ତି ବିଶ୍ୱମୋହନ ରାୟ ଏବଂ ଯୁଗ୍ମ ସଚିବ ମନୋଜ ବେହେରା। ଉଭୟଙ୍କୁ ଯଥାକ୍ରମେ ନୋଡାଲ ଅଫିସର, ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱ ଏବଂ କଣ୍ଟ୍ରୋଲ ରୁମ୍ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି। ସେହିପରି ଏସ୍ଆରସି ଅଫିସ ଏବଂ ବିଭିନ୍ନ ବିଭାଗ ସହ ଯୋଗାଯୋଗରେ ରହିବେ ମନୋଜ ବେହେରା ।
ତେବେ ବାତ୍ୟା ଆଶଙ୍କା ଯୋଗୁଁ ଅଧିକାରୀଙ୍କୁ ଛୁଟି ବାତିଲ କରାଯିବା ସହ ହେଡକ୍ୱାର୍ଟର୍ସ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋପାଳପୁର ପାଇଁ ୭ ନଂ ବିପଦ ସଂକେତ ଜାରି କରାଯାଇଛି। ଏବଂ ପୁରୀ ପାଇଁ ୬ ନଂ ବିପଦ ସଂକେତ ପାରାଦୀପ ଓ ଧାମରା ପାଇଁ ଲୋକାଲ ସିଗନାଲ ନଂ ୩ । ବାତ୍ୟା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହାୟତା ଓ ସୂଚନା କେନ୍ଦ୍ର ସକ୍ଷମ କରାଯାଇଛି, ନମ୍ବର ହେଉଛି ୮୧୧୭୦୫୫୯୦୦। ଗଂଜାମ ଜିଲ୍ଲା ବ୍ରହ୍ମପୁର ସବଡିଭିଜନରେ ଖୋଲିଲା ସହାୟତା ଓ ସୂଚନା କେନ୍ଦ୍ର, ନମ୍ବର ହେଉଛି: ୦୬୮୦-୨୨୨୭୦୦୦ ଓ ୭୭୫୨୦୫୫୫୬୭।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
