News portal website
before header
[URIS id=5393]

ବ୍ରିଜରୁ ମହାନଦୀକୁ ଡେଇଁ ବିଜେବି କଲେଜ୍ ଅଧ୍ୟାପକ ପ୍ରଫେସର ଦେବାଶିଷ ଦାସ ନିଖୋଜ

0 273

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧

ଆଜି ସକାଳୁ ସକାଳୁ ଘଟିଛି ଏକ ଅଘଟଣ। ସବୁ ଠିକ୍ ଠାକ ଲାଗୁଥିଲା, ରାସ୍ତାରେ ଗାଡି ମୋଟର ମଧ୍ଯ ଯାଅ ଆସ କରୁଥିଲା, ହେଲେ କେହି କିଛି ବୁଝିବା ଆଗରେ ହଠାତ୍ ଏକ ଜଗତପୁର ବ୍ରିଜ ତଳେ କିଛି ଗୋଟାଏ ଶଦ୍ଦ ହେଲା।  ଲୋକ ରୁଣ୍ଡ ହୋଇ ଜାଣିବାକୁ ପାଇଲେ କେହି ଜଣେ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି। ଏଭଳି ଏକ ଅଘଟଣ ଘଟିଛି କଟକ ଜିଲ୍ଲା ଜଗତପୁର ଅଞ୍ଚଳର ମହାନଦୀ ବ୍ରିଜ ନିକଟରେ। ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ସେ ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତେବେ ମୃତ୍ୟୁର କାରଣଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଜଗତପୁର ପୋଲିସ ପକ୍ଷରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଛି ।

ଭୁବନେଶ୍ୱର ବିଜେବି କଲେଜରେ କାର୍ଯ୍ୟରତ ଥିଲେ ନିଖୋଜ ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ । ସେ ଆଜି ନିଜର କାରରେ ଚାଉଳିଆଗଞ୍ଜରୁ ଟାଙ୍ଗୀ ଯାଉଥିଲେ । ତାଙ୍କ ପାଖରେ ଡ୍ରାଇଭର ମଧ୍ୟ ବସିଥିଲେ, କିନ୍ତୁ କେହି କିଛି ବୁଝିବା ପୂର୍ବରୁ ଗାଡ଼ିରୁ ଓହ୍ଲାଇ ଦେବାଶିଷ ହଠାତ୍ ଡେଇଁ ପଡ଼ିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ପୋଲିସର ପ୍ରାଥମିକ ସୂଚନା ଅନୁସାରେ କିଛି ଦିନ ହେବ ସେ ବିଷାଦଗ୍ରସ୍ତ ଥିଲେ । 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.