News portal website
before header
[URIS id=5393]

ରାତି ୯ଟାରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା !

0 177

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧

ବାତ୍ୟା ଗୁଲାବ୍‌ ପ୍ରଭାବରେ ଅଧିକ ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି ଜିଲ୍ଲା । ସମ୍ଭବତଃ ରାତି ୯ଟା ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଶ୍ରୀକାକୁଲମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ରବିବାର ମଧ୍ୟାହ୍ଣ ପରେ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ପବନର ପ୍ରଭାବ ରହିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ରହିବ।ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଏହି ସମୟରେ ପବନର ବେଗ ୭୫ରୁ ୮୫ କିମି ରହିବ ବୋଲି ଆକଳନ କରାଯାଉଛି । 

ମିଳୁଥିବା ସୂଚନା ମୁତାବକ, ବର୍ତ୍ତମାନ ୧୮୦ କିମି ଦୂରରେ ରହିଛି ଗୁଲାବ୍ । ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କିମି ଦୂରରେ ସାମୁଦ୍ରିକ ଝଡ଼ । ଗତ ୬ ଘଣ୍ଟାରେ ଗୁଲାବର ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର । ମଧ୍ୟରାତ୍ର ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଲ୍ୟାଣ୍ଡଫଲ୍ କରିବ । ବାତ୍ୟା ସ୍ଥଳ ଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ହୋଇପାରେ ବେଳେ ବେଳେ ଏହା ୯୫ କିଲୋମିଟରକୁ ଛୁଇଁବାର ସମ୍ଭାବନା ଅଛି ।

ଗଞ୍ଜାମର ଦକ୍ଷିଣ ଉପକୂଳ (ଗୋପାଳପୁର ଦକ୍ଷିଣରେ) ଏବଂ ଗଜପତି (ପାରଳାଖେମୁଣ୍ଡି ଅଞ୍ଚଳରେ) ଅଧିକ ପବନ ବହିବ। ପୁରୀର କଣାସଠାରୁ ଗଞ୍ଜାମର ସୋନପୁର ବେଳାଭୂମି ଏବଂ ସଂଲଗ୍ନ ନୟାଗଡ ଓ ଗଜପତିରେ ବର୍ଷା ପ୍ରାୟତଃ ଅଧିକ ହେବା ସମ୍ଭାବନା ରହିଛି। ରାୟଗଡା, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗଜପତି ଓ ରାୟଗଡାରେ ଭୂସ୍ଖଳନ ଏଡାଇ ହେବ ନାହିଁ। ବାତ୍ୟାର ପବନ ୨୬ ତାରିଖ ସନ୍ଧ୍ୟା ସମୟରେ ଘଣ୍ଟା ପ୍ରତି ବେଗ ୯୦ କିମି ରହିବ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.