ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧
ମିଳିତ ଜାତିସଂଘର ସାଧାରଣ ସଭାରେ (ୟୁଏନଜିଏ) ଦେଶର ପ୍ରଥମ ସଚିବ ସ୍ନେହା ଦୁବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ କରାରା ଜବାବ ଦେଇଛନ୍ତି। ସେ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ସହଯୋଗ କରିବାରେ ପାକିସ୍ତାନର ପୁରୁଣା ଏବଂ ସ୍ବତନ୍ତ୍ର ଇତିହାସ ରହିଛି। ଏହାସହ ପିଓକେକୁ ତୁରନ୍ତ ଛାଡ଼ିଦେବାପାଇଁ ପାକିସ୍ତାନକୁ ଚେତାଇ ଦେଇଥିଲେ ସ୍ନେହା ଦୁବେ।
ସ୍ନେହା ଦୁବେ କିଏ ?
ସ୍ନେହା ଦୁବେ ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରଥମ ସଚିବ । 2011 ମସିହାରେ, ସ୍ନେହା ଦୁବେ ତାଙ୍କର ପ୍ରଥମ ପ୍ରୟାସରେ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଗୋଆରେ ବଢିଥିଲେ ଏବଂ ପିଲାଦିନର ଅଧିକାଂଶ ସମୟ ଗୋଆରେ ବିତାଇଥିଲେ। ସେ ୨୦୧୨ ବ୍ୟାଚ୍ ଆଇଏଫ୍ଏସ୍ ଅଫିସର। ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରୁ ସେ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ରେ ଏମଫିଲ୍ କରିଛନ୍ତି। ପ୍ରଥମେ ସେ ବିଦେଶ ବ୍ୟାପାର ମନ୍ତ୍ରାଳୟରେ କାର୍ଯ୍ୟ କରୁଥିଲେ। ୨୦୧୪ରେ ଜାତିସଂଘରେ ରହିବା ପୂର୍ବରୁ ସେ ମଦ୍ରିଦରେ ଭାରତର ତୃତୀୟ ସଚିବ ଥିଲେ। ତେବେ ବହୁତ କମ୍ ବୟସରୁ ସ୍ନେହା ଆଇଏଫ୍ଏସରେ ଯୋଗ ଦେବାର ସ୍ବପ୍ନ ଦେଖିଥିଲେ। ୨୦୧୧ରେ ସେ ପ୍ରଥମ ପ୍ରୟାସରେ ହିଁ ଆଇଏଫ୍ଏସ୍ ପାଇଥିଲେ। ପରିବାରରୁ ପ୍ରଥମ କରି ସେ ସରକାରୀ ଚାକିରି ପାଇଛନ୍ତି। ସ୍ନେହା ଦୁବେଙ୍କ ବାପା ଏକ ମଲ୍ଟିନ୍ୟାସନାଲ୍ କମ୍ପାନିରେ କାମ କରୁଥିଲେ ଏବଂ ମା’ ଜଣେ ସ୍କୁଲ୍ ଶିକ୍ଷୟିତ୍ରୀ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
