ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧
ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଯୋଗୁଁ ୨୬ଟି ଟ୍ରେନ୍ ବାତିଲ କରାଯାଇଛି । ଏ ନେଇ ଭାରତୀୟ ରେଳବାଇ ତରଫରୁ ସୂଚନା ଦିଆଯାଇଛି। ବାତ୍ୟା ଆଶଙ୍କା ଯୋଗୁଁ ବନ୍ଦର ପାଇଁ ବିପଦ ସଂକେତ ଜାରି କରାଯାଇଛି ।
ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା :-
ଭୁବନେଶ୍ୱର-ବିଶାଖାପାଟନମ ବିଶାଖାପାଟନମ-ଭୁବନେଶ୍ୱର
ଭୁବନେଶ୍ୱର-ସିକନ୍ଦରାବାଦ
ଭୁବନେଶ୍ୱର-ତିରୁପତି
ତିରୁପତି-ଭୁବନେଶ୍ୱର
ପୁରୀ-ଗୁଣପୁର
ଗୁଣପୁର-ପୁରୀ
ପୁରୀ-ମାଡ୍ରାସ
ମାଡ୍ରାସ-ପୁରୀ
ଗୁଣପୁର-ବିଶାଖାପାଟନମ୍
ବିଶାଖାପାଟନମ-ପୁରୀ
ଭୁବନେଶ୍ୱର-ପଲାସା
ପଲାସା-ଭୁବନେଶ୍ୱର
ବିଶାଖାପାଟନମ-ଟାଟା
ଟାଟା-ବିଶାଖାପାଟନମ
ବିଶାଖାପାଟନମ-କୋରବା
କୋରବା-ବିଶାଖାପାଟନମ
ସମ୍ବଲପୁର-ନାନ୍ଦେଡ
ନାନ୍ଦେଡ-ସମ୍ବଲପୁର
ରାୟପୁର-ବିଶାଖାପାଟନମ୍
ବିଶାଖାପାଟନମ-ରାୟପୁର
ବିଶାଖପାଟନମ-ରାୟଗଡ଼ା
ରାୟଗଡ଼ା-ବିଶାଖାପାଟନମ
ରାୟଗଡ଼ା-ଗୁଣ୍ଟୁର ଟ୍ରେନ୍ ବାତିଲ ହୋଇଛି।
ଏହା ସହିତ ୫ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । କେତେକ ଟ୍ରେନର ଯାତାୟତ ସମୟରେ ପରିବର୍ତ୍ତନ କରାଯାଇଥିବା ମଧ୍ୟ ସୂଚନା ଦିଆଯାଇଛି ।
ଅପରପକ୍ଷରେ ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୪ ନମ୍ବର ବିପଦ ସଂକେତ ଓ ପାରାଦୀପ ଏବଂ ଧାମରା ପାଇଁ ୩ ନମ୍ବର ବିପଦ ସଂକେତ ଜାରି ହୋଇଛି।
ଶେଷ ସୂଚନା ଅନୁସାରେ ବଙ୍ଗୋପସାଗରରେ ଉପକୂଳ ଆଡ଼କୁ ପାଖେଇ ଆସୁଛି ବାତ୍ୟା ‘ଗୁଲାବ’। ବର୍ତ୍ତମାନ ଗଞ୍ଜାମର ଗୋପାଳପୁରଠାରୁ ୩୧୦ କିମି ଦୂରରେ, ଆନ୍ଧ୍ରର କଳିଙ୍ଗପଟନମ୍ଠାରୁ ୩୮୦ କିମି ଦୂରରେ ଅଛି ବାତ୍ୟା ‘ଗୁଲାବ’। ୬ ଘଣ୍ଟା ଧରି ୭ କିମି ବେଗରେ ଗତି କରୁଛି ବାତ୍ୟା-‘ଗୁଲାବ’। ତେବେ ଆଜି ସଂଧ୍ୟା ସୁଦ୍ଧା ଗୋପାଳପୁର-କଳିଙ୍ଗପଟନମ୍ ମଝିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
