News portal website
before header
[URIS id=5393]

ଭ୍ୟାକସିନ ପାଇଁ ଭାରତର ସେନା ମୁଖ୍ୟ ନରଓ୍ବଣେଙ୍କୁ ଚିଠି ଲେଖିଲେ; ନେପାଳର ଅବସରପ୍ରାପ୍ତ ଗୋର୍ଖା ସୈନିକ

0 174

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୬-୦୬-୨୦୨୧

ଭାରତୀୟ ସେନାରେ ପୂର୍ବରୁ କାର୍ଯ୍ୟ କରିଥିବା ପଡୋଶୀ ନେପାଳର ଗୋର୍ଖା ସୈନିକମାନେ ଟିକା ପାଇଁ ଭାରତୀୟ ସେନା ମୁଖ୍ୟ ଏମ. ଏମ. ନରଓ୍ବଣେଙ୍କୁ ଅନୁରୋଧ କରିଛନ୍ତି । ଗୋର୍ଖା ସୈନିକ ଏବଂ ତାଙ୍କ ପରିବାର ଲୋକଙ୍କୁ ଭାରତୀୟ ଭ୍ୟାକସିନ ଦେବାକୁ ସେମାନେ ସେନାମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି ।

ଏଭଳି ସମୟରେ ସେମାନେ ଅନୁରୋଧ କରିଛନ୍ତି ଯେତେ ବେଳେ କି ନେପାଳରେ ମହାମାରୀର ମାତ୍ରା ବୃଦ୍ଧିପାଇବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ସେନା ମୁଖ୍ୟ ନରଓ୍ବଣେଙ୍କୁ ସେମାନେ ଲେଖିଥିବା ଚିଠିରେ ଜଣାଇଛନ୍ତି ଯେ, ପୂର୍ବରୁ ଭାରତୀୟ ସେନାରେ ଗୋର୍ଖା ସୈନିକ ଭାବେ କାର୍ଯ୍ୟ କରିସାରିଥିବା ଏବଂ ଯେଉଁ ମାନେକି ନେପାଳର ମୂଳ ବାସିନ୍ଦା ସେମାନଙ୍କ ମଧ୍ୟରୁ ୧୫୦ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇସାରିଲାଣି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏମାନଙ୍କ ମଧ୍ୟରୁ କେହିବି କୋଭିଡ ଭ୍ୟାକସିନ ନେଇନଥିଲେ ।ନେପାଳରେ ଏବେ କୋଭିଡ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କିନ୍ତୁ ନେପାଳ ସରକାର ଏହାକୁ ଆୟତ କରିବା ଏବଂ ଭ୍ୟାକସିନ ଯୋଗଇବାରେ ବିଫଳ ହୋଇଛନ୍ତି । ଯାହାଫଳରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ନେପାଳ ଟିକା ପାଇଁ ମୁଖ୍ୟତଃ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭର କରିଥାଏ ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

କ୍ଷୋଭର ସହ ସେମାନେ ଚିଠିରେ ଲେଖିଛନ୍ତି, ନା ଭାରତ ସରକାର ନା ନେପାଳ ସରକାର କେହିବି ସେମାନଙ୍କ ଅଗ୍ରାଧିକାର ଭିତ୍ତିରେ ଟିକା ଦେଉନାହାନ୍ତି । ଇସିଏଚଏସ୍ ଭାରତରେ ଏହାର ପଲିକ୍ଲିନିକ୍ସ ମାଧ୍ୟମରେ ଇଏଚଏସ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଟିକା ପ୍ରଦାନ କରୁଥିବାବେଳେ ନେପାଳର ଅବସରପ୍ରାପ୍ତ ଗୋର୍ଖା ସୈନିକମାନେ ଏପର୍ଯ୍ୟନ୍ତ ପ୍ରଥମ ଟିକା ନେଇନାହାନ୍ତି ।

ତେବେ ବର୍ତ୍ତମାନ ପାଇଁ ୩ ଲକ୍ଷ ଡୋଜ ଭ୍ୟାକସିନ୍ ଅଗ୍ରାଧିକାର ଭିତ୍ତିରେ ଦେବା ପାଇଁ ଚିଠି ଲେଖି ସେମାନେ ଜଣାଇଛନ୍ତି । ଏହା ଦ୍ବାରା ହଜାର ହଜାର ସଂଖ୍ୟାରେ ଅବସରପ୍ରାପ୍ତ ଗୋର୍ଖା ସୈନିକମାନଙ୍କୁ ଟିକାକରଣ କରାଯାଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.