ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୬-୦୬-୨୦୨୧
କରୋନା ସମୟରେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଏହାର ସୁଯୋଗ ନେଇ କିଛି ଅସାଧୁ କର୍ମଚାରୀ ବେଶ ଫାଇଦା ଉଠଇବାରେ ଲାଗିଛନ୍ତି। ମୃତ ବ୍ୟକ୍ତିଙ୍କର ଭତ୍ତା ହଡ଼ପ କରାଯାଉଛି। ଏପରିକି ଜଣେଜଣେ ଲୋକଙ୍କ ନାଁରେ ଏକାଧିକ ଭତ୍ତା କରାଯାଇ ସେଥିରୁ ଜଣେ ହିତାଧିକାରୀଙ୍କୁ ଦିଆଯାଉଛି ଏବଂ ଅନ୍ୟଟି ଅସାଧୁ କର୍ମଚାରୀ ହଡ଼ପ କରୁଛନ୍ତି, ଯାହାକି ଏବେ ଧରାପଡ଼ିଛି।
କୋରେଇ ବ୍ଲକ୍ରେ ଏପରି ଘଟଣା କିଛିଦିନ ତଳେ ଲୋକଲୋଚନକୁ ଆସିଥିବା ବେଳେ ଏବେ ବଡ଼ଚଣା ବ୍ଲକ୍ର ଗୋପାଳପୁର ପଞ୍ଚାୟତରେ ମଧ୍ୟ ଏଭଳି କେଳେଙ୍କାରୀ ପଦାକୁ ଆସିଛି । ଅଭିଯୋଗ ଅନୁଯାୟୀ, ବଡ଼ଚଣା ବ୍ଲକ ଗୋପାଳପୁର ପଞ୍ଚାୟତ ଗଜେନ୍ଦ୍ରପୁର ଗ୍ରାମର ମଖି ଜେନାଙ୍କର ଗତ ୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖରେ ମୃତ୍ୟୁ ହୋଇଥିଲା।

ଜାଲିଆତି କରାଯାଇ ୨୦୨୦ ମାର୍ଚ୍ଚ ୨୫ ତାରିଖରେ ଜାଲ ଟିପଚିହ୍ନ ଦେଇ ତାଙ୍କ ଭତ୍ତା ହଡ଼ପ କରାଯାଇଛି। ସେହିପରି ୬୯ ଜଣ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଅର୍ଥ ହଡ଼ପ କରାଯାଇଛି। ଅନ୍ୟପକ୍ଷରେ ଗଜେନ୍ଦ୍ରପୁର ଗ୍ରାମର ତ୍ରିଲୋଚନ ଜେନା କଳାକାର ଭତ୍ତା ପାଉଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ନେଉଥିବା ଦର୍ଶାଯାଇଛି। ୬ ଜଣ ଲୋକଙ୍କ ନାମରେ ଏପରି ଭାବେ ଦୁଇଟି ଯୋଜନାରେ ନାମ ରଖାଯାଇଛି ।
ହିତାଧିକାରୀଙ୍କ ଅଗୋଚରରେ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ହଡ଼ପ କରାଯାଉଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ ଏଭଳି କେଳେଙ୍କାରୀ ପଦାକୁ ଆସିଛି | ଭତ୍ତା ବଣ୍ଟନ ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି କେଳେଙ୍କାରୀ କରୁଥିବା ଅଭିଯୋଗ ନେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ହେଉଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
