ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୬-୦୬-୨୦୨୧
କେନ୍ଦ୍ରାପଡ଼ା ଜିଲ୍ଲା ସଦର କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୋପ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ହେବାପରେ ଦୁର୍ବୃତ୍ତ ଙ୍କ ମରଣାନ୍ତକ ଆକ୍ରମଣରେ ସାନ ମଙ୍ଗଳା ର ରଞ୍ଜିତ ପତ୍ରୀ ନାମକ ଜନୈକ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଦୁର୍ବୃତ୍ତ ମାନେ ରଞ୍ଜିତ ଆକ୍ରମଣ କରିବା ଲକ୍ଷ୍ୟରେ ତାଙ୍କର ଦୁଇଟି ଗୋଡ଼କୁ ଗୁଳି କରିଥିବାର ରଞ୍ଜିତ ଙ୍କ ମା ଶକୁନ୍ତଳା କହିଛନ୍ତି । ତିନି ଚାରି ଦିନ ପୂର୍ବରୁ ବାଇକ୍ ସାଇଡ ମରାକୁ ନେଇ ରଞ୍ଜିତ ଓ ଦୁର୍ବୃତ୍ତ ମାନଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ପରେ ଗଣ୍ଡଗୋଳ ହେବାରୁ ରଞ୍ଜିତ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ହେତୁ ପରବର୍ତ୍ତୀ ସମୟରେ ଏଭଳି କାଣ୍ଡ ଘଟିଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି ।

