News portal website
before header
[URIS id=5393]

ଛିଡୁନି କଂଗ୍ରେସ କନ୍ଦଳ

0 185

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୨-୦୬-୨୦୨୧

ରାଜସ୍ଥାନ ଓ ପଞ୍ଜାବ ପରି ରାଜ୍ୟରେ ଅନ୍ତଃକନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ସାମ୍ନାରେ ଆଉ ଏକ ମୁସ୍କିଲ। ଏବେ କର୍ଣ୍ଣାଟକରେ ପାର୍ଟି ଭିତରେ ଆରମ୍ଭ ହୋଇଯାଇଛି ନାଟକ। ରାଜ୍ୟରେ କଂଗ୍ରେସ ବିରୋଧୀ ଦଳ ଭୂମିକାରେ ରହିଥିବା ବେଳେ ନିର୍ବାଚନକୁ ଆହୁରି ଦୁଇ ବର୍ଷ ବାକି ରହିଛି। ହେଲେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ଏହାକୁ ନେଇ ଦଳରେ ଏବେଠୁ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ ସିଦ୍ଧରମୈୟାଙ୍କ ଗୋଷ୍ଠୀ ମଧ୍ୟରେ ଫାଟ ବଢୁଥିବା ଦେଖିବାକୁ ମିଳିଛି। କିଛି ବିଧାୟକ ଶିବକୁମାରଙ୍କ ପକ୍ଷରେ ତ ଆଉ କିଛି ସିଦ୍ଧରମୈୟାଙ୍କୁ ନିଜର ନେତା ମାନୁଛନ୍ତି।ନିକଟରେ କର୍ଣ୍ଣାଟକର ଚମାରାଜପେଟ ଆସନରୁ ବିଧାୟକ ଜମିର ଅହମ୍ମଦ ଖାନ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଯୋଗ୍ୟ ପ୍ରାର୍ଥୀ ଦର୍ଶାଇଥିଲେ।

ବିଧାୟକଙ୍କ ଏହି ବୟାନ ପରେ ଶିବକୁମାର କାହାର ନାମ ନନେଇ ବିଧାୟକ ଓ ପାର୍ଟି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାକୁ ନେଇ କାହାରି ନାମ ପ୍ରୋଜେକ୍ଟ ନକରିବାକୁ ଉପଦେଶ ଦେଇଛନ୍ତି। ଶିବକୁମାର କହିଛନ୍ତି, ପାର୍ଟି ସାମୂହିକ ନେତୃତ୍ଵରେ ହିଁ ନିର୍ବାଚନ ମଇଦାନକୁ ଓହ୍ଲାଇବ। ସମସ୍ତ ନେତାଙ୍କୁ ପାର୍ଟିର ଅନୁଶାସନ ପାଳନ କରିବାକୁ ପଡିବ ବୋଲି ଚେତାଇ ଦେଇଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ସୂଚନାଯୋଗ୍ୟ, ନିଜ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜମିର ଅହମ୍ମଦ କହିଥିଲେ, ମୁଁ ସିଦ୍ଧରମୈୟାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ କହି ପାରିବି ନାହିଁ ବରଂ ସେ ଭବିଷ୍ୟତ ମୁଖ୍ୟମନ୍ତ୍ରୀ। ସେ ସିଧାସଳଖ ଇସାରା କରିଥିଲେ ଯେ, ସିଦ୍ଧରମୈୟା ହିଁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ହୁଅନ୍ତୁ। କେବଳ ଏତିକି ନୁହେଁ ସିଦ୍ଧରମୈୟାଙ୍କ ପାଇଁ ସେ ନିଜର ଆସନ ଛାଡିବାକୁ ପ୍ରସ୍ତୁତ ବୋଲି ଜମିର କହିଛନ୍ତି।ଜମିର ଏହା ମଧ୍ୟ କହିଥିଲେ, ସିଦ୍ଧରମୈୟା ୭୦ ହଜାର ଭୋଟ୍‌ ବ୍ୟବଧାନରେ ଜିତନ୍ତୁ।

ମାତ୍ର ଶିବକୁମାରଙ୍କ ବୟାନରୁ ସ୍ପଷ୍ଟ ହୋଇ ଯାଇଛି ଯେ, ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ଏହି ଧରଣର ବୟାନବାଜି ତାଙ୍କୁ ପସନ୍ଦ ନୁହେଁ। ସୂଚନାଯୋଗ୍ୟ, ଗୋଟିଏ ପଟେ କଂଗ୍ରେସ ରାଜସ୍ଥାନରେ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ଉଚିତ୍ ସମନ୍ଵୟ ସ୍ଥାପନ ପାଇଁ ପ୍ରୟାସ ଚଳାଇଥିବା ବେଳେ ଅନ୍ୟପଟେ ପଞ୍ଜାବରେ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ କଳହ ଦାଣ୍ଡରେ ପଡି ହାଟରେ ଗଡିଲାଣି। ଏବେ ପୁଣି କର୍ଣ୍ଣାଟକରେ ଡିକେଶ ଶିବକୁମାର ଓ ସିଦ୍ଧରମୈୟାଙ୍କ ଗୋଷ୍ଠୀ ମଧ୍ୟରେ ଫାଟ୍ ସୃଷ୍ଟି ହେବା କଂଗ୍ରେସ ହାଇକମାଣ୍ଡକୁ ଚିନ୍ତାକୁ ଦ୍ଵିଗୁଣିତ କରିବ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.