ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୨-୦୬-୨୦୨୧
ସୁପ୍ରିମକୋର୍ଟ ଆଜି ସିବିଏସଇ ଓ ଆଇସିଏସଇଙ୍କ ମୂଲ୍ୟାୟନ ନୀତିକୁ ମଞ୍ଜୁର କରିଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନର ଆକଳନରେ ବୋର୍ଡଙ୍କ ଏହି ପ୍ରକ୍ରିୟା ନିରପେକ୍ଷ ଓ ଉଚିତ୍ ବୋଲି କୋର୍ଟ କହିଛନ୍ତି। ଏହା ସହ ସିବିଏସଇ ଓ ଆଇସିଏସଇଙ୍କ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଚାଲେଞ୍ଜ କରି ରୁଜୁ ସମସ୍ତ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ଭୌତିକ ଭାବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନିଷ୍ପତ୍ତି ନେଇ ହୋଇଥିବା ଆବେଦନର ଶୁଣାଣିରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ତେବେ ଏହା ବିଭିନ୍ନ ରାଜ୍ୟଙ୍କ ବୋର୍ଡ, ଦ୍ୱାଦଶ ସିବିଏସଇ ପ୍ରାଇଭେଟ, କମ୍ପାର୍ଟମେଣ୍ଟାଲ ପରୀକ୍ଷା, ଉଚ୍ଚମାଧ୍ୟମିକ ସାର୍ଟିଫିକେଟ ପରୀକ୍ଷା, ଏପରିକି ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନଙ୍କ (ଏନଆଇଓଏସ୍) ଲାଗି ମଧ୍ୟ ପ୍ରଯୁଜ୍ୟ।

ମାମଲାର ଶୁଣାଣି କରି କୋର୍ଟ ସିବିଏସଇ ଓ ଆଇସିଏସଇଙ୍କ ପ୍ରାସ୍ତାବିତ ମୂଲ୍ୟାୟନ ଯୋଜନାରେ ହସ୍ତକ୍ଷେପ କରିବାର କୌଣସି କାରଣ ନଥିବା କହିଛନ୍ତି। କାରଣ ଛାତ୍ରଛାତ୍ରୀ ମଧ୍ୟ ଯୋଜନାକୁ ସ୍ୱୀକାର କରୁଛନ୍ତି ଏବଂ କୋର୍ଟ ମଧ୍ୟ ଯୋଜନାଟି ଯୁକ୍ତିଯୁକ୍ତ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ଗ୍ରହଣ କରି ହୋଇଥିବା ଭଳି ଅନୁଭବ କରୁଥିବା କହିଛନ୍ତି। ଏଣୁ ଏହା ସର୍ବସାଧାରଣଙ୍କ ସ୍ୱାର୍ଥରେ ଥିବା ଭଳି ମନେ ହେଉଥିବା କୋର୍ଟ କହିଛନ୍ତି।

ମାମଲାର ଶୁଣାଣି କାଳରେ ଜୁଲାଇ ୨୧ ତାରିଖ ଦିନ ସିବିଏସଇ ଓ ଆଇସିଏସଇ ବୋର୍ଡ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ଘୋଷଣା କରିଦିଆଯିବ ବୋଲି କୋର୍ଟଙ୍କୁ କହିଥିଲେ। ତେବେ ଯେଉଁ ଛାତ୍ରଛାତ୍ରୀ ଭୌତିକ ଭାବେ ଶ୍ରେଣୀରେ ପରୀକ୍ଷା ଦେବାକୁ ଚାହିଁବେ ମହାମାରୀ ପରିସ୍ଥିତିକୁ ଦେଖି ସେମାନଙ୍କ ଲାଗି ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ପରୀକ୍ଷାର ଆୟୋଜନ କରାଯିବ ବୋଲି କହିଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
