ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୯-୦୬-୨୦୨୧
କିମ୍ୱଦନ୍ତି ଧାବକ ମିଲ୍ଖା ସିଂହଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ ବ୍ୟକ୍ତ କରିଛନ୍ତି । ମିଲଖା ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଭାବେ ମର୍ମାହତ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ।

ମିଲଖା ସିଂହଙ୍କ ଜୀବନି, ସଂଘର୍ଷ ଏବଂ ଚରିତ୍ର ଯୁବପୀଢୀ ତଥା ଅନ୍ୟାମାନଙ୍କ ପାଇଁ ପ୍ରେରଣା ପାଲଟିବ ।ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏକ ମହାନ୍ ଖେଳାଳିଙ୍କୁ ହରାଇଲୁ ।

ଭାରତୀୟ ଦଳରେ ମିଲଖା ସିଂହଙ୍କ ସ୍ଥାନ ସ୍ୱତନ୍ତ୍ର । ସେ ଆହୁରି କହିଛନ୍ତି ଯେ, ମିଲଖାଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପ୍ରେରଣା । ମୁଁ ତାଙ୍କ ମୃତ୍ୟୁରେ ଗଭୀର ମର୍ମାହତ ।ମିଲଖା ସିଂହ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ବିୟୋଗରେ ଦେଶ ଜଣେ କିମ୍ବଦନ୍ତି ଧାବକଙ୍କୁ ହରଇଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମିଲଖା ସିଂହଙ୍କ ଜୀବନି, ଯୁବପୀଢ଼ି ତଥା ଅନ୍ୟାମାନଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
