ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୯-୦୬-୨୦୨୧
ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସଦର ମହକୁମାରେ ଜଣେ ଧର୍ମ ପରାୟାଣ ମହିଳା କୁନ୍ତୀ ପଧାନ(୫୬)ଙ୍କ ଶୁକ୍ରବାର ଅକାଳ ବିୟୋଗ ହୋଇ ଯାଇଛି। ଶୁକ୍ରବାର ସେ ନିତ୍ଯ ନୈମିତ୍ୟ ଭୋରରୁ ସ୍ନାନ କରି ଦେବ ଦର୍ଶନ କରିଥିଲେ। ହଠାତ୍ ପୂର୍ବାହ୍ନ ୧୦ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ନିଆଯାଇଥିଲା।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ହ୍ରୁଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ମୃତ୍ୟୁର ଶଯ୍ୟା ନିକଟରେ ସ୍ବାମୀ,ତିନି କନ୍ଯା,ଜ୍ବାଇଁ ,ନାତି ତଥା ଆତ୍ମୀୟସ୍ବଜନ ଉପସ୍ଥିତ ରହିଥିଲେ।ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମାଉସୀ ମାଁ ମନ୍ଦିରର ମହିଳା ଓ ପୁରୁଷ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ଏହା ବ୍ଯତୀତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ସାମ୍ବାଦିକ ସଂଘ, ଶିକ୍ଷକ ସଂଘର ବିଭିନ୍ନ କର୍ମକର୍ତ୍ତାଗଣ କୋଭିଡ ଗାଇଡଲାଇନ ପାଳନ ପୂର୍ବକ ଅନ୍ତିମ ସତ୍କାର ସମୟରେ ଉପସ୍ଥିତ ରହି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପ୍ରେମରାଜ ପଧାନଙ୍କର ଧର୍ମପତ୍ନୀ ଥିଲେ। ବିଜେପୁର ସାମ୍ବାଦିକ ସଂଘର ସଭାପତି ତଥା ଦୈନିକ ପ୍ରମେୟର ସାମ୍ବାଦିକ ପାଣ୍ଡବ ପଧାନଙ୍କ ସେ ଭାଉଜ ଅଟନ୍ତି। ଭାତ୍ରୁପୁତ୍ର ତୁଷାରକାନ୍ତ ପଧାନ ମୁଖାଗ୍ନି ଦେଇଥିଲେ। ତାଙ୍କର ଅକାଳ ବିୟୋଗରେ ଧର୍ମପରାୟଣ ମହିଳା ପୁରୁଷମାନଙ୍କ ମଧ୍ଯରେ ଗଭୀର ଶୋକ ପ୍ରକାଶ ପାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
